Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରତାପପୁରରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ସଦର ବ୍ଲକ୍ ଅନ୍ତର୍ଗତ ପ୍ରତାପପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ପ୍ରକୃତି ବନ୍ଧୁ ଶ୍ରୀମତୀ ସନ୍ତୋଷିନୀ ନନ୍ଦଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଦପଲା ଉ.ପ୍ରା ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭରତ କୁମାର ମହାପାତ୍ର ଏବଂ ସମ୍ମାନୀତ ଅତିଥି ଭାବରେ ଗ୍ରାମର ୱାର୍ଡ ସଭ୍ୟ ବିଶ୍ଵନାଥ ନାଗ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାପାତ୍ର ନିଜ ଅଭିଭାଷଣରେ ଦୁର୍ଘଟଣା ସମୟରେ ପ୍ରାଥମିକ ଚିକିତ୍ସା ଆମର ଜୀବନ ବଞ୍ଚାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ନାଗ ପ୍ରାଥମିକ ଚିକିତ୍ସା ବିଷୟରେ ଆମେ ଜାଣିବା ଓ ଅନ୍ୟକୁ ଜଣାଇବା ଦ୍ଵାରା ଉଭୟ ଧନ ଓ ଜୀବନ ସୁରକ୍ଷିତ ରହିବ ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ଜୁନିଅର୍ ରେଡ୍ କ୍ରସ୍ ପରାମର୍ଶ ଦାତା ଓ ରକ୍ଷକ ସାଧନ କର୍ମୀ ତଥା ଶିକ୍ଷକ ଗୋପେଶ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ଡେମାଷ୍ଟ୍ରେସନ୍ ମାଧ୍ୟମରେ ବ୍ୟାଣ୍ଡେଜ୍, ରିକୋଭରି ପୋଜିସନ୍, ସିପିଆର୍, ନିଆଁ ଲିଭା ଯନ୍ତ୍ର ବ୍ୟବହାର, ସାପ କାମୁଡ଼ା, ହାଡ ଭଙ୍ଗା, ପୋଡିଗଲେ, ଷ୍ଟ୍ରେଚର୍ ଆଦିର ପ୍ରାଥମିକ ଚିକିତ୍ସା ବିଷୟରେ ସମସ୍ତଙ୍କୁ ସଚେତନ କରିଥିଲେ। ଶିକ୍ଷକ ଅକ୍ଷୟ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଶିକ୍ଷୟିତ୍ରୀ ମହେନ୍ଦ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ