Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଡହାଣ୍ଡି ଡୋକରୀଚଞ୍ଚରା ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି:୧୫/୯(ସନତ କୁମାର ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଅନ୍ତର୍ଗତ ଗୁଡହାଣ୍ଡି ଡୋକରୀଚଞ୍ଚରା ଠାରେ ନୂଆଁଖାଇ ଭେଟଘାଟ-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ମନ୍ଦିର ପରିସରରେ ଗୁଡହାଣ୍ଡି ଉନ୍ନୟନ ସମିତିର ସମସ୍ତ ସଦସ୍ୟ ସାମୁହିକ ଭାବେ ନୂଆଁ ଖାଇଥିଲେ । ଏହି ଉପଲକ୍ଷେ ଯୋଗ ଦେଇଥିବା ଅତିଥି ମାନଙ୍କୁ ଗୁଡହାଣ୍ଡି ଭବ୍ୟ ସ୍ୱାଗତ କରି ଶୋଭାଯାତ୍ରାରେ ଶ୍ରୀ ରାମ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେବା ପରେ ଗୁଡହାଣ୍ଡି ଡୋକରୀଚଞ୍ଚରା ଉନ୍ନୟନ ସମିତିର ସଭାପତି ଭଦ୍ରେଶ୍ୱର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୂଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା ଦେଓ, ସମ୍ମାନିତ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ପ୍ରମୁଖ ଯୋଗଦେଇ ଗୁଡହାଣ୍ଡି ଡୋକରୀଚଞ୍ଚରା ର ସାମଗ୍ରୀକ ବିକାଶ ପାଇଁ ମିଳିତ ଭାବେ ପ୍ରୟାସ କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରେ ଉପସ୍ଥାପନ କରାଯିବ ବୋଲି ନିଜ ନିଜ ବକ୍ତବ୍ୟରେ କହିଥିଲେ । ଉନ୍ନୟନ ସମିତିର ବରିଷ୍ଠ ସଦସ୍ୟ ଅଇରୀ ନାଶନ ଚିନ୍ଦା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉନ୍ନୟନ ସମିତିର କୋଷାଧ୍ୟକ୍ଷ ଆଦିତ୍ୟ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ସମ୍ପାଦକ ଅଜିତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଡୋକରୀଚଞ୍ଚରା ଉନ୍ନୟନ ସମିତିର ସମ୍ପାଦକ ସୁଧିର ପାତ୍ର, ସଦସ୍ୟ ଦୁଷ୍ମନ୍ତ ପାଟ୍ଟଯୋଷୀ, ନିଲାମ୍ବର ନାଏକ, ମଧୁବନ ପାତ୍ର, ଦେବେନ୍ଦ୍ର ପାଟ୍ଟଯୋଷୀ, ଗରୁଡଧ୍ୱଜ ମାଝୀ, ଜିତେନ୍ଦ୍ର ପ୍ରଧାନୀ, ଯତିନ୍ଦ୍ର ମାଝୀ, ଚକାଡୋଳା ପାତ୍ର, ଡମ୍ବରୁ ମାଝୀ, ତ୍ରିଲୋଚନ ଧଙ୍ଗଡାମାଝୀ, ଅନିରୁଦ୍ଧ ପାତ୍ର, ଗିରିଧର ଧ.ମାଝୀ, ସହଦେବ ମାଝୀ ,ଧନଞ୍ଜୟ ବେହେରା, ଶୁକଚନ ପୁଝାରୀ ଙ୍କ ସମେତ ସମସ୍ତ ସଦସ୍ୟ ଓ ନାରୀ କମିଟିର ସଦସ୍ୟା ଯୋଗ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ