Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଡିଜେଲ ଚୋରି କରିବା ଅଭିଯୋଗରେ ଜଣେ ଗିରଫ, ୪ ଫେରାର

ଜମନକିରା : ଜମନକିରା ଥାନା ଟିକିଲିପଡ଼ା ଗାଁର ଦିଲୀପ ପ୍ରଧାନ ଓ ମୋତିଲାଲ ସାହୁଙ୍କ ଦୁଇଟି ଟ୍ରାକ୍ଟର ରୁ ଡିଜେଲ ଚୋରି କରିବା ଅଭିଯୋଗରେ ଆଜି ପୋଲିସ ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରୁଥିବା ବେଳେ ୪ ଜଣ ଫେରାର ହୋଇ ଯାଇଥିବା ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତ ଝାରସୁଗୁଡ଼ା ଜିଲ୍ଲା ବଡ଼ମାଳ ଥାନା ଗଣେଶ ଭୋଇ (୨୨) ହୋଇଥିବା ବେଳେ ଅନ୍ୟ ୪ ଜଣ ବଡ଼ମାଳ ଥାନାର କିଶୋର ଛଞ୍ଚାଣ, ଜଳନ୍ଧର ଛଞ୍ଚାଣ, କୁନୁ ଛଞ୍ଚାଣ ଏବଂ ବେଲପାହାଡ଼ ଅଞ୍ଚଳର ବୁଟିଆ ବୋଲି ଜଣାପଡିଛି। ଏନେଇ ଜମନକିରା ଥାନା କେସ ନ. ୧୭୫/୨୪(୩୦୩(୨)/୩(୫)ବିଏନଏସ ଏକ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ପୋଲିସର ସୂଚନା ଅନୁଯାୟୀ, ଆଜି ୧୫ ତାରିଖ ଭୋର ସାଢେ଼ ୪ ଟା ସମୟ ପାଖାପାଖି ତିକିଲିପଡ଼ା ଗାଁର ଦିଲୀପ ପ୍ରଧାନ ଏବଂ ତାଙ୍କ ସାଙ୍ଗ ଚନ୍ଦ୍ର ଭାନୁ ବେହେରା ଘରୁ ଦୋକାନ କୁ ଯାଉଥିବା ବେଳେ କିଛି ସନ୍ଧିଗ୍ଧ ଯୁବକ ଏକ ଲାଲ ମାରୁତି ସ୍ଵିଫ୍ଟ ଗାଡ଼ି ( ଓଆର ୧୪ ୟୁ ୪୦୯୯) କାର ଛିଡ଼ା କରି ଅନେକ ସମୟ ଛିଡ଼ା ହୋଇଥିବା ଦେଖିଥିଲେ। ପରେ ସନ୍ଧେହ କରି ସେମାନଙ୍କ ଗାଡ଼ି ପାଖକୁ ଯାଇଥିଲେ। ସେହି ସମୟରେ ସେଠାରେ ଛିଡ଼ା ହୋଇଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣ ଫେରାର ମାରି ଥିବା ବେଳେ ଗଣେଷ କୁ କାବୁ କରି ନେଇଥିଲେ। ଛନଭିନ୍ କଲାପରେ ୫ ଟି ପଲିଥିନ ବାଗ ରେ ୧୦୦ ଲିଟର ପାଖାପାଖି ଡିଜେଲ ରଖିଥିବା ଜାଣି ପାରିଥିଲେ। ଉକ୍ତ ଡିଜେଲ ଦିଲୀପ ଏବଂ ମୋତିଲାଲ ସାହୁ ଦୁଇ ଜଣଙ୍କ ଟ୍ରାକ୍ଟର ରୁ ଚୋରି କରିଥିବା ଜାଣି ପାରିଥିଲେ। ତାକୁ ପଚରା ପଚାରି କରି ଅନ୍ୟ ୪ ଜଣଙ୍କ ନାଁ ପଚାରି ବୁଝିଥିଲେ। ପୋଲିସ କୁ ଖବର ଦେଇ ଥିବା ବେଳେ ପୋଲିସ ପହଞ୍ଚି ଅଭିଯୁକ୍ତ କୁ ଗିରଫ କରିଥିଲା। ତା ଠାରୁ ଏକ ନୀଳ ରଙ୍ଗର ୩୫ ଫୁଟ ପାଇପ, ଏକ ଧଳା ରଙ୍ଗର ପ୍ଲାଷ୍ଟିକ, ଏକ ମୋବାଇଲ, ଆଉ ଲାଲ୍ ରଙ୍ଗର କାର ଜବତ କରାଯାଇଛି। ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତ କୁ ପଠେଇ ଦେଇଥିବା ଜଣାଯାଇଛି