Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପତଞ୍ଜଳୀ ଯୋଗ ସମିତି ସୁବର୍ଣ୍ଣପୁର ତରଫରୁ ନୂଆଁଖାଇ ଭେଟଘାଟ କାର୍ଯକ୍ରମ ଅନୁଷ୍ଟିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଜିଲ୍ଲାର ସଦର ମହକୁମା ହୋଟେଲ ମୁନରେ ଆଜି ଜିଲ୍ଲା ଯୋଗ ସମିତି ଓ ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ସଂଗଠନ ସଭାପତି ଗୋପାଳ ନେଗୀ ଓ ସଂପାଦକ ଶ୍ରିବନ୍ତ ମିଶ୍ର ଇଷ୍ଟଦେବୀ ମା ସୁରେଶ୍ଵରୀ ଙ୍କ ନିକଟ ରେ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ଆରଂଭ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପତଞ୍ଜଳୀ ଯୋଗ ସମିତି ର ସମସ୍ତ ଯୋଗ ସାଧକ ଓ ସାଧିକା ଉପସ୍ଥିତ ରହି ରଙ୍ଗାରଙ୍ଗ ମେଲୋଡି ରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ କାର୍ଯକ୍ରମ କୁ ସପରିବାର ଉପଭୋଗ କରିଥିଲେ , ଏହି କାର୍ଯ୍ୟକ୍ରମ କୁ ଓଡ଼ିଆ ଚଳଚ୍ଚିତ୍ର ର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ବ୍ରହ୍ମା କୁମ୍ଭାର, କଣ୍ଠଶିଳ୍ପୀ ପୁରନ୍ଦର ଠେଲା, ଚୁଲବୁଲି କଣ୍ଠଶିଳ୍ପୀ ସୁଶ୍ରୀ ସୁପ୍ରିୟା ଶର୍ମା, ମିନୀ ପଣ୍ଡା, ପେଡ଼ ବାଦକ ଶୀତଳ,ଓ ତବଲା ବାଦକ ଭବାନୀ ଶଙ୍କର ମେଲୋଡି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଯୋଗ ସହିତ ସଙ୍ଗୀତ ଓ ନାଚଗୀତ ଦ୍ଵାରା ମନ ଓ ଶରୀର କୁ ସୁସ୍ଥ ରଖିବା ଓ ବିଭିନ୍ନ ବର୍ଗର ଲୋକଙ୍କୁ ଯୋଗ ପ୍ରାଣାୟାମ ଅଭ୍ୟାସ ଦ୍ଵାରା ସୁସ୍ଥ ଓ ନିରାମୟ ଜୀବନ ଅତିବାହିତ କରିବା ସକାଶେ ସମସ୍ତ ସହର ବାସୀଙ୍କୁ ପତଞ୍ଜଳୀ ଭାରତ ସ୍ବାଭିମାନ ଜିଲ୍ଲା ପ୍ରଭାରୀ ମନୋଜ ପଣ୍ଡା ସମସ୍ତ ଙ୍କୁ ଆହ୍ଵାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଯୋଗ ସମିତି ପକ୍ଷରୁ ରବୀନ୍ଦ୍ର ଜେନା, ସୁବାସ ପଣ୍ଡା, ମନ ରଞ୍ଜନ ତ୍ରିପାଠୀ, ସଞ୍ଜୟ ବଡ଼ପଣ୍ଡା, ଅନିଲ ଅଗ୍ରୱାଲ, ଦୀନବନ୍ଧୁ ସାହୁ, ନନ୍ଦଲାଲ୍ ଅଗ୍ରୱାଲ, ଉମେଶ ସାହୁ, ଟୁନା ସାହୁ, ତଥା ଅନ୍ୟାନ୍ୟ ମହିଳା ଯୋଗ ସାଧିକା ମାନେ ଉପସ୍ଥିତ ଥିଲେ । ଶେଷ ରେ ସଂଗଠନ ସଂଯୋଜକ ରବୀନ୍ଦ୍ର ଜେନା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ