Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରୂପ କାଫେ ଏଣ୍ଡ ରେଷ୍ଟୁରାଣ୍ଟ ଉଦ୍ଘାଟନ କଲେ ଏସପି

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ସୋନପୁର ବିଜୁ ପଟ୍ଟନାୟକ ଛକ ନିକଟରେ ଥିବା ରୂପ ରେଶିଡେନ୍ସି ଠାରେ କାଫେ ଏଣ୍ଡ ଫେମିଲି ରେଷ୍ଟୁରାଣ୍ଟର ଶୁଭ ଉଦ୍ଘାଟନ ହୋଇଯାଇଛି। ସୁବର୍ଣ୍ଣପୁର ଏସପି ଶ୍ରୀ ୟସ ପ୍ରତାପ ଶ୍ରୀମାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଧର୍ମ ପତ୍ନୀ ଙ୍କ ସହ କେକ କାଟି ଏହାକୁ ଉଦ୍ଘାଟନ କରିଥିଲେ ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ହୋଟେଲ ଶିଳ୍ପର ଅଭିବୃଦ୍ଧି ଓ ଲୋକଙ୍କ ଚାହିଦାକୁ ପ୍ରଶଂସା କରି ଜିଲ୍ଲା ପାଇଁ ଶୁଭ ଖବର ବୋଲି ମତ ରଖି ଏହି ଅତ୍ୟାଧୁନିକ ହୋଟେଲ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି କହିଥିଲେ। ସୋନପୁର ବିଡ଼ିଓ ସୌମ୍ୟ ରଞ୍ଜନ ସ୍ବାଇଁ, ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ମାର୍ଚେଣ୍ଟ ଆସୋସିଏସନ୍ ବରିଷ୍ଠ କର୍ମକର୍ତା, ଆଇନଜୀବୀ, ବୁଦ୍ଧିଜୀବୀ, ସାମ୍ୱାଦିକଙ୍କ ସମେତ ବହୁ ବ୍ୟବସାୟୀ ଯୋଗ ଦେବା ସହ ସୁଲଭ ମୂଲ୍ୟରେ ମିଳୁଥିବା ୩୫ ଗୋଟି ଭେରାଇଟିର ଭେଜ୍ ଓ ୨୫ ଗୋଟି ନନ୍ ଭେଜ ଷ୍ଟାଟର ସମେତ ରେଷ୍ଟୁରାଣ୍ଟର ସ୍ଵାଦିଷ୍ଟ ଖାଦ୍ୟ ଓ ସର୍ଭିସ୍ ର ପ୍ରଶଂସା କରିଥିଲେ। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଥମ ସପ୍ତାହରେ ସବୁ ପ୍ରକାର ଖାଦ୍ୟ ର ସର୍ବମୋଟ ମୂଲ୍ୟ ରୁ ୨୦ ପ୍ରତିଶତ ଡିସ୍କାଉଣ୍ଟ ଅଫର ସୁବିଧା ଥିବା ରେଷ୍ଟୁରାଣ୍ଟର ପ୍ରୋପାଇଟର ଜୟ କୃଷ୍ଣ ସା ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ