ସମ୍ବଲପୁରରେ ବିଶ୍ବ ଭାତୃତ୍ୱ ଦିବସ ପାଳିତ


ସମ୍ବଲପୁର:ସମ୍ବଲପୁର ସ୍ଥିତ ବିବେକାନନ୍ଦ କେନ୍ଦ୍ର ଆନୁକୁଲ୍ୟରେ ଓଡିଶା ସାଂସ୍କୃତିକ ସମାଜ କାର୍ଯ୍ୟାଳୟ ପରିସର ଠାରେ ସ୍ବାମୀ ବିବେକାନନ୍ଦଙ୍କ ଚିକାଗୋ ଅଭିଭାଷଣର ସ୍ମାରକୀ ସ୍ବରୁପ ବିଶ୍ବ ଭାତୃତ୍ୱ ଦିବସ ପାଳିତ ହୋଇଯାଇଛି I କେନ୍ଦ୍ର ସଂଚାଳକ ମୁରଲି ପ୍ରେମନାଥ ନାୟକଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଠ ଶିକ୍ଷାବିତ୍ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢୀ ଓ ମୁଖ୍ୟବକ୍ତା ଭାବରେ ବିଶିଷ୍ଠ ଲେଖକ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର୍ ଛାୟାକାନ୍ତ ଷଡ଼ଙ୍ଗୀ ଯୋଗଦେଇ ବିଶ୍ବ ଭାତ୍ରୁତ୍ବ ଦିବସର ମହତ୍ତ୍ବ ଓ ଚିକାଗୋ
ରେ ସ୍ବାମୀ ବିବେକାନନ୍ଦଙ୍କ ଅଭିଭାଷଣର ବାର୍ତ୍ତା ସମ୍ପର୍କ ରେ ଆଲୋକପାତ କରିଥିଲେ I ଅନୁଷ୍ଠାନର ସହର ପ୍ରମୁଖ ଡକ୍ଟର ବସନ୍ତ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସହ ସଂଚାଳକ ଦେବେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ I ପୁର୍ବରୁ ସ୍ବାମୀ ବିବେକାନନ୍ଦଙ୍କ ଜୀବନ ଓ ଦର୍ଶନ ସମ୍ପର୍କିତ କୁଇଜ୍ ଜିଏମ୍ ବିଶ୍ବବିଦ୍ୟାଳୟ, ଏନ୍ ଏସ୍ ସି ବି ମହାବିଦ୍ୟାଳୟ ଓ ମା ଝାଡେଶ୍ବରୀ ମହାବିଦ୍ୟାଳୟ ଧମା ଠାରେ ଅନୁଷ୍ଠିତ ହୋଇଥିଲା I ଧମାର କୃତି ପ୍ରତିଯୋଗୀ ଅଜିତା ପ୍ରଧାନ, ହରପ୍ରିୟା ପୋଢ, ଶିବାନୀ ନାୟକ ଓ ରିନୁ ବଢାଇ, ଜିଏମୟୁର ଆୟୁଷ୍ମାନ୍ ମହାରଣା, ଜ୍ୟୋତି ବରିଆ, ରୋନୀ ମିଶ୍ର, ସୁଭାଷିନୀ ଚେରୁକାରୀ, ରୋଜି ସାହୁ ଓ ଅଂଶୁମାନ ନାଗ ତଥା ଏନ୍ଏସସିବି କଲେଜର ଜାଗରଣ ପୁଜାରୀ,ଆକାଶ ଦାଶ ଓ ରୋହନ୍ ନାୟକଙ୍କୁ ପୁରସ୍କୃତ କରାଯାଇଥିଲା