Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଫୁଲଚରା ରେ ମା ଫୁଲଚରlଣି ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ଫୁଲଚରା ଖେଳପଡିଆଠରେ 12ତମ ମା ଫୁଲଚରାଣି ଏକ ଦିବସୀୟ ଫୁଟବଳ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ 8ଟି ଦଳ ଅଂଶଗ୍ରହଣ କରିଥିଲେ l ଉଦଘାଟନୀ ଉତ୍ସବରେ ଆୟୋଜକ ସଭାପତି ଅଚ୍ୟୁତ ସେଠି ଖେଳକୁ ଉଦଘାଟନ କରିଥିଲେ l ପ୍ରଥମ ସେମିରେ ଚମ୍ପାମାଲକୁ ହରାଇ କୁଡାପଡା ଏବଂ ଦ୍ଵିତୀୟ ସେମିରେ ଫୁଲଚରାକୁ ହରାଇ ଲାତୁରପେଟ ଦଳ ଫାଇନାଲରେ ପ୍ରବେଶ କରିଥିଲା l ଫାଇନାଲ ଖେଳରେ ଲତୁରପେଟକୁ 1-0 ଗୋଲରେ ହରାଇ କୁଡାପଡା ଦଳ ଚମ୍ପିଆନ ହୋଇଥିଲା l ଖେଳକୁ ଅଜିତ ନାଏକ , ସିଦ୍ଧାର୍ଥ ପାତ୍ର , ପ୍ରଶାନ୍ତ ସେଠି ଏବଂ ସୁଦାମ ଜଗଦଳା ପରିଚାଳନା କରିଥିଲେ l ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ବୀରମହାରାଜପୁର ବ୍ଲକ ଉପାଧ୍ୟାକ୍ଷ ନାରାୟଣ ଲୁହା , ସମାଜସେବୀ ସୂର୍ଯ୍ୟନାରାୟଣ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜେତା କୁଡାପଡା ଏବଂ ଉପବିଜେତା ଲାତୁରପେଟ ଦଳକୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ l ପୁରୁଷୋତମ ଭୋଇ , ଦିଲ୍ଲୀପ ମହାଳିକ , ଦୀପକ ମହାଳିକ , ସନତ ଭୋଇ ପ୍ରମୁଖ ସହଯୋଗ କରିଥିଲେ l