ଦୁବାଇ ପରେ ଏବେ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡିବ ବିମାନ


ଭୁବନେଶ୍ବର: କିଛି ଦିନ ତଳେ ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ଉଡାଣ ଆରମ୍ଭ ହୋଇଥିଲା। ଏବେ ଦୁବାଇ ପରେ ଖୁବଶୀଘ୍ର ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡିବ ବିମାନ। ଇଣ୍ଡିଗୋ ଏହି ବିମାନ ସେବା ଯୋଗାଇବ । ଜୁନ୍ ୫ ତାରିଖରୁ ଭୁବନେଶ୍ୱରରୁ ସିଧାସଳଖ ସିଙ୍ଗାପୁର ଓ ବ୍ୟାଙ୍ଗକକୁ ଉଡିବ ବିମାନ।

ମିଳିଥିବା ସୂଚନା ଅନୁସାରେ, ଇଣ୍ଡିଗୋ ବିମାନ ସପ୍ତାହକୁ ଦୁଇ ଥର ଏହି ୨ଟି ସ୍ଥାନକୁ ଅନ୍ତର୍ଜାତୀୟ ଉଡ଼ାଣ କରିବ । ମେ ୧୫ରୁ ଇଣ୍ଡିଗୋ ଏୟାରବସ୍ ୩୨୦ ସପ୍ତାହକୁ ତିନି ଥର ଭୁବନେଶ୍ୱରରୁ ଦୁବାଇକୁ ଉଡ଼ାଣ ଭରିବ ।

୨୦୨୨ ଡିସେମ୍ବର ୨୭ରେ ଓଡ଼ିଶା କ୍ୟାବିନେଟ୍ ଇଣ୍ଡିଗୋ ଏୟାରଲାଇନ୍ସର ବିଡକୁ ଅନୁମୋଦନ ଦେଇଥିଲା । ସୂଚନା ଯୋଗ୍ୟ, ଏହା ପୂର୍ବରୁ ୨୦୧୮ରେ ଏୟାର ଏସିଆ ବ୍ୟାଙ୍କକକୁ ବିମାନ ସେବା ଆରମ୍ଭ କରିଥିବା ବେଳେ ବର୍ଷକ ପରେ ବନ୍ଦ ହୋଇ ଯାଇଥିଲା । ସେତେବେଳେ ୫୫ରୁ ୮୫ ପ୍ରତିଶତ ସିଟ୍ ବୁକ୍ ହେଉଥିବା ବେଳେ ବ୍ୟାଙ୍କକକୁ ବିମାନ ସପ୍ତାହକୁ ତିନିଥର ଉଡ଼ାଣ କରୁଥିଲା ।