Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେବି କଲେଜ କ୍ୟାମ୍ପସକୁ ଅଣଛାତ୍ରଙ୍କ ପ୍ରବେଶ ମନା

ଭୁବନେଶ୍ବର: ବିଜେବି କଲେଜରେ ଲାଗିଲା ପୋଷ୍ଟର। କଲେଜ କ୍ୟାମ୍ପସକୁ ଅଣଛାତ୍ରଙ୍କ ପ୍ରବେଶ ମନା। ବିଜେବି କଲେଜର ଛାତ୍ର ଓ ଅଣଛାତ୍ରଙ୍କ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି କଲେଜ କ୍ୟାମ୍ପସକୁ ଅଣଛାତ୍ରଙ୍କ ପ୍ରବେଶ ନିଷେଧ କରାଯାଇଛି। ଏ ନେଇ ବିଜେବି କଲେଜ କର୍ତ୍ତୃପକ୍ଷ ପୋଷ୍ଟର ଲଗାଇଛନ୍ତି।

କଲେଜ କ୍ୟାମ୍ପସକୁ ଅଣଛାତ୍ରଙ୍କ ପ୍ରବେଶରେ ରୋକ ଲଗାଇବା ପାଇଁ କାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। କଲେଜ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏଥିରେ ସାମିଲ ହୋଇଥିଲେ ପୋଲିସ ।

ଅଣଛାତ୍ରଙ୍କ ଗଣ୍ଡଗୋଳ ଘଟଣାରେ ୮ ଜଣଙ୍କୁ ଗିରଫ କରିସାରିଛି ପୋଲିସ । ଏଥିସହ ଜଣେ ଅଭିଯୁକ୍ତର ସରକାରୀ ଜମିରେ ଥିବା ଘର ମଧ୍ୟ ଭାଙ୍ଗିଛି ପୋଲିସ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ