ଗୋ ସୁରକ୍ଷା ସେବାରେ ବାହାରିଲା ସେବାହିଁ କର୍ମ ସେବା ଅନୁଷ୍ଠାନ


ସମ୍ବଲପୁର:ସେବା ହିଁ କର୍ମ ଅନୁଷ୍ଠାନ ହୀରାକୁଦରେ ବାହାରିଛି ଗୋ ସେବା ସୁରକ୍ଷା କାମରେ। ଗତ ଗୋଟିଏ ମାସ ହେବ ଗାଈ ବାଛୁରୀ ଷଣ୍ଢ ମାନଙ୍କର ବହୁ ଦୁର୍ଘଟଣା ଘଟିଲାଣି। ଏହାକୁ ଆଖି ଆଗରେ ରଖି ସେବା ହିଁ କର୍ମ ସେବା ଅନୁଷ୍ଠାନ ତରପରୁ ଗାଈ ବାଛୁରୀଙ୍କ ବେକରେ ରେଡିୟମ ଫିତା ଲଗାଯାଉଛି। ଦୁର୍ଘଟଣା ହଉଥିବା ଗାଈ ଷଣ୍ଢ ମାନଙ୍କୁ ଚିକିସ୍ସା କରାଯାଉଛି।କିନ୍ତୁ ହସ୍ପିଟାଲ ରେ ଡ଼କ୍ଟର ରହୁନଥିବା ଯୋଗୁଁ ଡାକ୍ତର ନିଯୁକ୍ତି ସହିତ ହୀରାକୁଦରେ ପ୍ରଶାସନ ପକ୍ଷରୁ ଗୋଟିଏ ଗୋଶାଳା ପାଇଁ ଦାବି କରାଯାଇଛି।ଏହି ରେଡିୟମ କାର୍ଯ୍ୟକ୍ରମକୁ ସଭାପତି କାର୍ତିକ କଲେତଙ୍କ ନେତୃତ୍ୱ ରେ କରାଯାଇଥିଲାଏଥିରେ ରେ ସମ୍ପାଦକ ସୂର୍ଯ୍ୟକାନ୍ତ ପ୍ରଧାନ,କୋଷାଧ୍ୟକ୍ଷ ସୁନୀଲ ସେଟ, ସୋମଦତ ଦାସ,ସୁମିତ କୁମାର ସାହୁ ସିଵା ରାଉତ,ବିନ୍ଥିଥ ମହାନ୍ତି.ଚିନ୍ମୟ ଲୁହାର.ଲକି ବେହେରା.ଅନିନ୍ଦ୍ୟ ସୁଦର ମହାନ୍ତି,ଉତ୍ତମ ବାଗ,ମହେଶ ଗର୍ଦ୍ୱୟ,କୁନା ବାଗ ଓ ଅନ୍ୟ ମାନେ ସହଯୋଗ କରିଥିଲେ l