Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଝାରସୁଗୁଡାରେ ବିଜେଡିର କର୍ମୀ ସମ୍ମିଳନୀ; ଦଳକୁ ଆହୁରି ସଶକ୍ତ କରିବାକୁ କହିଲେ ଦୀପାଳି

ଝାରସୁଗୁଡା: ପାଖେଇ ଆସୁଛି ନିର୍ବାଚନ। ଜମୁଛି ପ୍ରଚାର। ଝାରସୁଗୁଡ଼ାରେ ଜୋରସୋରରେ ଚାଲିଛି ନିର୍ବାଚନୀ ପ୍ରଚାର। ଝାରସୁଗୁଡ଼ା ପୌରାଞ୍ଚଳ ରାଉତରାୟ ବଗିଚାରେ ଆଜି ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀର ନେତୃତ୍ବ ନେଇଥିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ଝାରସୁଗୁଡ଼ା ପୌରାଞ୍ଚଳରର ୧୩ରୁ ୨୪ନମ୍ବର ୱାର୍ଡର ମହିଳା କର୍ମୀଙ୍କୁ ନେଇ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।

ସମ୍ମିଳନୀରେ ଦଳକୁ ଆହୁରି ସଶକ୍ତ କରିବା ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଦୀପାଳି କହିଥିଲେ। ବାପା ସ୍ଵର୍ଗତ ନବ ଦାସ ଓ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ଆହୁରି ଆଗକୁ ନେବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଦୀପାଳି l ବାପାଙ୍କଠାରୁ ଅଧିକ ଭୋଟ ବ୍ୟବଧାନରେ ବିଜୟ ହାସଲ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ  ।