ଧର୍ମଶାଳା ହାଇସ୍କୁଲ ଖେଳ ପଡିଆରେ ଜିଲ୍ଲା ସ୍ତରୀୟ ଖୋଖୋ ଏବଂ କବାଡ଼ି ପ୍ରତିଯୋଗୀତା ଉଦଘାଟିତ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ହାଇସ୍କୁଲ ଖେଳ ପଡିଆଠାରେ ଆଜି ଜିଲ୍ଲା ସ୍ତରୀୟ ଖୋଖୋ ଏବଂ କବାଡି ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି l ବୁଧବାର ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବକୁ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରି ଖେଳର ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଧିକାରୀ ମଞ୍ଜୁଲତା ଭୋଇ , ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଧିକାରୀ ସାନ୍ତନୁ କୁମ୍ଭକାର , ଡୁଙ୍ଗୁରିପାଲି ଏବିଈଓ ଗତିକୃଷ୍ଣ ପାଢ଼ୀ , ଅବସର ପ୍ରାପ୍ତ ଆଇପି ଦୁର୍ୟୋଧନ ରାଉତ ପ୍ରମୁଖ ଯୋଗଦେଇ ଥିଲେ l ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ 14 ବର୍ଷରୁ କମ ବୟସର ବାଳକ ବାଳିକା ବିଭାଗରୁ 8ଟି ଟିମ ଅଂଶଗ୍ରହଣ କରିଥିଲେ l