ଭତ୍ତା ପାଇଁ ଯାଇ କେନାଲରେ ଭାସିଗଲେ ବୃଦ୍ଧା


ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ଗାଁରେ ଅଘଟଣ । ଭତ୍ତା ଆଣିବାକୁ ଯାଇ କେନାଳରେ ଭାସିଯାଇଛନ୍ତି ଜଣେ ବୃଦ୍ଧା । ନିଖୋଜ ବୃଦ୍ଧା ହେଲେ ଏମ ଆରାଲୁ ପାତ୍ର ।
ଗତକାଲି ଅପରାହ୍ନ ସମୟରେ ଆରାଲୁ ପଞ୍ଚାୟତକୁ ଭତ୍ତା ଆଣିବା ପାଇଁ ଯାଇଥିଲେ । ହେଲେ ସେ ଘରକୁ ଫେରି ନଥିଲେ । ପରିବାର ଲୋକ ବହୁ ଖୋଜା ଖୋଜି କରିଥିଲେ ବି ତାଙ୍କର କୌଣସି ସନ୍ଧାନ ମିଳି ନଥିଲା । ତେବେ ପଞ୍ଚାୟତ ନିକଟରେ ଥିବା ଘୋଡ଼ାହାଡ଼ ସବ କେନାଲ ଉପରେ ତାଙ୍କ ଭତ୍ତା କାର୍ଡ ଓ ଆଧାର କାର୍ଡ ପଡିଥିବା ଗ୍ରାମବାସୀ ଦେଖିଥିଲେ । ତେଣୁ ବୃଦ୍ଧା ଜଣଙ୍କ କେନାଲରେ ଭାସି ଯାଇଥିବା ସନ୍ଦେହରେ ଦିଗପହଣ୍ଡି ଅଗ୍ନିଶମ ବିଭାଗକୁ ଜଣାଇଥିଲେ ।
ଖବର ପାଇ ଅଗ୍ନିଶମ ବିଭାଗ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ହେଲେ ପ୍ରଖର ସ୍ରୋତ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଆରାଲୁଙ୍କ କୌଣସି ସନ୍ଦାନ ମିଳି ନଥିବା ଜଣାପଡ଼ିଛି ।