ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ସ୍ବାଗତ ସମାରୋହ


ସମ୍ବଲପୁର: ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଆନୁକୁଲ୍ୟ ରେ ଗୁରୁବାର ସ୍ବାଗତ ସମାରୋହ ଅନୁଷ୍ଠିତ ହୋଇଥିଲା I ୨ୟ ଓ ୩ୟ ବର୍ଷର ଛାତ୍ର ଛାତ୍ରୀ ମାନେ ୧ମ ବର୍ଷ ର ଛାତ୍ର ଛାତ୍ରୀ ମାନଙ୍କୁ ସ୍ବାଗତ କରିଥିଲେ I ଅନୁଷ୍ଠାନ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସ୍ବାଗତ ସଭାରେ ଅଧ୍ୟାପକ ଦେବେଶ୍ ବିଶ୍ବାଳ, ଶେଷଦେବ ବିଶ୍ବାଳ, ବିନୋଦ ବିହାରୀ ପ୍ରଧାନ, ଭଜମୋହନ ପ୍ରଧାନ, ବିଭୁତି ଭୁଷଣ ସାହୁ, ଜୟନ୍ତୀ ସାହୁ, ହିମାଂଶୁ ବାରିକ୍ ଓ ସୁଦାମ ସାହୁ ଅନୁଶାସନ, ଶ୍ରୁଙ୍ଖଳା, ସଞ୍ଜମ ଅ ସମୟୁନିବର୍ତ୍ତିତା ସମ୍ପର୍କ ରେ ଆଲୋକପାତ କରିଥିଲେ I ୧ମ ବର୍ଷ ର ଛାତ୍ର ଛାତ୍ରୀ ମାନେ ପରିଚୟ ପ୍ରଦାନ କରିଥିବାବେଳେ ୨ୟ ଓ ୩ୟ ବର୍ଷର ଛାତ୍ର ଛାତ୍ରୀ ମାନେ ଅନୁଷ୍ଠାନ ରେ ଭାଇ ଭଉଣୀ ସମ୍ପର୍କ ର ଆବଶ୍ୟକତା ବିଷୟ ରେ ବକ୍ତବ୍ୟ ରଖିଥିଲେ I ଅଧ୍ୟାପିକା ଡକ୍ଟର୍ ପୁଷ୍ପାଞ୍ଜଳି ରବନା ଙ୍କ ପରିଚାଳନା ରେ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ସୁମିତ୍ରା ବେହେରା, ବର୍ଷାରାଣୀ ସାହୁ ଓ ସିକି ପ୍ରଧାନ ସ୍ବାଗତ ନ୍ରୁତ୍ୟ ପରିବେଷଣ କରିଥିବାବେଳେ ଶିବାନୀ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରିଥିଲେ।