Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସ୍ତ ହୋଇଗଲେ ଉଦିତ ଜହ୍ନ ରୁକସାନା, ଶୋକସଭାରେ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର:ସମ୍ବଲ୍‌ପୁରୀ ଆଲ୍‌ବମ୍‌ ଜଗତର ସ୍ବନାମଧନ୍ୟ କଳାକାର୍‌ କଳାହାଣ୍ଡି ମାଟିର ସୂପୁତ୍ରୀ ରୁକ୍‌ସାନା ବାନୁଙ୍କର ଅକାଳ ବିୟୋଗରେ ସାରା ପଶ୍ଚିମ ଓଡ଼ିଶାର କଳାକାର ମହଲରେ କରାଳ ଶୋକର ଛାୟା ଖେଳି ଯାଇଛି। ତାଙ୍କ ସଂପର୍କ ଆଜି ସମ୍ବଲପୁର ସାଂସ୍କୃତିକ ସମାଜ,ସମ୍ବଲପୁର ମହୋତ୍ସବ ଆୟୋଜନ କମିଟୀ,’ରଙ୍ଗ୍‌ ଫରୁଆ’ ଅନୁଷ୍ଠାନ ତରଫରୁ ଆଜି ସମ୍ବଲପୁରର ଭାଲୁପାଲି ଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ଶୋକ ସଭାରେ ଡ.ବିନୋଦ ନାୟକ,ଡ.ସପନ ମିଶ୍ର,ଗୁରୁ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ଦାଶ ପ୍ରମୂଖ ସ୍ବର୍ଗତ ରୁକ୍‌ସାନାଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଥିଲେ। ଡ. ନାୟକ ରୁକ୍‌ସାନାଙ୍କୁ କଳାହାଣ୍ଡି, ବଲାଙ୍ଗିର ସହ ସମ୍ବଲପୁରର ସେତୁ ବୋଲି ଅବିହିତ କରିଥିଲେ। ଡ. ମିଶ୍ର ରୁକସାନାଙ୍କୁ ପଶ୍ଚିମ ଆକାଶର ଉଦିତ ଜହ୍ନ ଭାବରେ ଶୋକ ତର୍ପଣ କରିଥିଲେ। ଗୁରୁ ଦୁର୍ଗା ପ୍ରସାଦ ଦାଶ ରୁକସାନାଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଶୂନ୍ୟ ସ୍ଥାନକୁ ପୂରଣ କରିବାକୁ ଆଉ କେହି ସମର୍ଥ ନାହାନ୍ତି ବୋଲି କହିଥିଲେ। ଶୋକ ସଭାରେ ସମସ୍ତେ ଦିବଂଗତ ଆତ୍ମା ପ୍ରତି ପୁଷ୍ପ ଓ ଦୀପ ପ୍ରଜ୍ଜ୍ବଳନ କରିଥିଲେ। ସ୍ବର୍ଗତ ଆତ୍ମାର ସଦ୍‌ଗତି ପାଇଁ ସମସ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ