Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେସାହାରାଙ୍କ ସାହାରା ସାଜିଛି ବୁଢ଼ାରଜା ସ୍ବେଚ୍ଛାସେବୀ ସଂଗଠନ,ଅଜଣା ବ୍ୟକ୍ତି ଉଦ୍ଧାର

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ସୋନପୁର ରେଲୱେ ଷ୍ଟେସନ ପାଖରେ ବୁଲୁଥିବା ଜଣେ ଅଜଣା ବ୍ୟକ୍ତିଙ୍କୁ ସ୍ବେଚ୍ଛାସେବୀ ମାନେ ଉଦ୍ଧାର କରିଛନ୍ତି। ପରେ ତାକୁ ଥାନାକୁ ଆଣିବା ପରେ ବ୍ୟକ୍ତିଟି ଭିନ୍ନକ୍ଷମ ତଥା କଥାବାର୍ତ୍ତା କରିପାରୁ ନ ଥିବା ଜଣାପଡ଼ିଥିଲା। ପରେ ବୁଢ଼ାରଜା ସ୍ବେଚ୍ଛାସେବୀ ସଂଗଠନ କୁ ଖବର ପହଞ୍ଚିଥିଲା। ସଂଗଠନର କାର୍ଯ୍ୟକର୍ତ୍ତା ଥାନାଧିକାରୀ ଙ୍କ ସହ କଥାବାର୍ତ୍ତା କରି ବ୍ୟକ୍ତିଙ୍କୁ ସ୍ଥାନୀୟ ବୁଢ଼ାରଜା ଛକ ଠାରେ ଥିବା ଆଶ୍ରମରେ ରଖିଥିବା ବେଳେ ଆଜି ତାଙ୍କ ବାଳ, ଦାଢି କାଟିବା ସହ ନୂଆ ବସ୍ତ୍ର ଦେଇ ତାଙ୍କର ଉପଯୁକ୍ତ ଯତ୍ନ ନେବା ସହ ଖାଇବାର ସୁବନ୍ଦୋବସ୍ତ କରିଛନ୍ତି। ତାଙ୍କର ଠିକଣା ଖୋଜା ଚାଲିଛି ଏବଂ ଯଦି କେହି ଜାଣି ପାରିବେ ତାହେଲେ ବୁଢ଼ାରଜା ସ୍ବେଚ୍ଛାସେବୀ ଅନୁଷ୍ଠାନ ସହ 94388 35025 ନମ୍ବରରେ ଯୋଗାଯୋଗ କରିବା ପାଇଁ ସଂଗଠନ ର ସଦସ୍ୟ ଅନୁରୋଧ କରିଛନ୍ତି। ଯଦି ଠିକଣା ନ ମିଳେ ତାହେଲେ ବୁଢ଼ାରଜା ପରିସର ଆଶ୍ରମ ରେ ବ୍ୟକ୍ତିଙ୍କୁ ରଖାଯିବା ନେଇ ସଂଗଠନ ର ସଭାପତି ଶିବ ଶଙ୍କର ନାଏକ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ