Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମ୍ବଲପୁରୀର କୋଶଲୀ ନାମକରଣକୁ ନେଇ ବିରୋଧ,ଗୋଶଳାରୁ ଫେରିଲା ତଥାକଥିତ କୋଶଲ ରଥ

ସମ୍ବଲପୁର:ସମ୍ବଲପୁରୀ ଭାଷାର ନାମକୁ ବିକୃତ କରି କୋଶଳୀକରଣ ପ୍ରଚେଷ୍ଟାକୁ ସମ୍ବଲପୁରରେ ଶୁକ୍ରବାର ଜୋରଦାର ବିରୋଧ କରାଯାଇଛି । କୋଶଲୀ ଭାଷାକୁ ସାମ୍ବାଧାନିକ ମାନ୍ୟତା ନାମରେ ସମ୍ବଲପୁର ଜିଲାର ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ତଥାକଥିତ କୋଶଳ ରଥ ପ୍ରଚାର ଗାଡିକୁ ଲୋକେ ସମ୍ବଲପୁର ଗୋଶାଳା ଛକରେ ଅଟକାଇଥିଲେ । ଶୁକ୍ରବାର ସକାଲେ କୋଶଳ ରଥ ନାମରେ ଏକ ପ୍ରଚାର ଗାଡି ସମ୍ବଲପୁର ଆସି କୋଶଲୀ ଭାଷାକୁ ରାଜ୍ୟର ଦ୍ୱିତିୟ ଭାଷା କରାଯିବା ପାଇଁ ଜିଲାପାଳଙ୍କୁ ଦାବିପତ୍ର ଦେବାର କାର୍ଯ୍ୟକ୍ରମ ରହିଥିଲା । ତେବେ ଏବିଷୟରେ ଖବରପାଇ ସମ୍ବଲପୁରରେ ଲୋକଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିଲା । ଏହାକୁ ସାମାଜିକ ଗଣମାଧ୍ୟରେ ବିରୋଧ କରି ଅନେକ ଆଳୋଚନା ହେବା ପରେ ଗୋଶାଳାରେ ଲୋକଙ୍କ ଭିଡ ଜମିଥିଲା । ପ୍ରଚାର ଗାଡି ଗୋଶାଳା ଛକରେ ପହଞ୍ଚିବା କ୍ଷଣି, ତା’କୁ ଅଟକାଇ ବିନା ଗଣ୍ଡଗୋଳରେ ଫେରିଯିବାକୁ ଲୋକେ ଅନୁରୋଧ କରିଥିଲେ । ଶହଶହ ବର୍ଷରୁ ଲୋକେ ସମ୍ବଲପୁରୀ ଭାଷା ବୋଲି ଜାଣିଥିବା ବେଲେ ସମ୍ବଲପୁରୀ ଗୀତ, ନାଚ, କପଡା ଆଜି ସମ୍ବଲପୁରୀ ନାମରେ ହିଁ ବିଶ୍ୱ ବିଦିତ ହୋଇସାରିଛି । ତେବେ କେଉଁ କାରଣରୁ ସମ୍ବଲପୁରୀ ନାମକୁ ବ୍ୟବହାର ନକରି ପଶ୍ଚିମ ଓଡିଶାର କେଉଁଭାଷାର ମାନ୍ୟତା ପାଇଁ ପ୍ରଚାର କରାଯାଉଛି ବୋଲି ସମ୍ବଲପୁରୀ ପ୍ରେମୀ ଉକ୍ତ ଗାଡିରେ ଥିବା ବ୍ୟକ୍ତିମାନଙ୍କୁୁ ପଚାରିଥିଲେ । ହେଲେ ସେମାନେ ଏହାର ସ୍ପଷ୍ଟିକରଣ ଦେବାରେ ଅସମର୍ଥ ହେବା ପରେ ଲୋକଙ୍କ ଭିତରେ ଆକ୍ରୋଶ ବୃଦ୍ଧି ପାଇଥିଲା । କେବଳ ସେମାନେ ସ୍ବତନ୍ତ୍ର ରାଜ୍ୟ ଗଠନ ପାଇଁ ଆନ୍ଦୋଳନ କରୁଥିବା ଏବଂ ପଶ୍ଚିମ ଓଡିଶାର ଭାଷାକୁ ମାନ୍ୟତା ପାଇଁ ଆନ୍ଦୋଳନ କରୁଥିବା କହିଥିଲେ । ତେବେ ଉତ୍ତର ପ୍ରଦେଶ ସରକାର ହୀନ୍ଦୀ ଭାଷାର ପୁରାତନ ନାମ କୋଶଲୀ ବୋଲି କହି ଲକ୍ଷ୍ମୌରେ କୋଶଲୀ ଲିଟରାରୀ ଫେଷ୍ଟିଭାଲ ଆୟୋଜନ କରୁଛନ୍ତି । ପୁଣି ଛତିଶଗଡ ସରକାର ଛତିଷଗଡୀ ଭାଷାର ପୁରାତନ ନାମ କୋଶଲୀ ବୋଲି କହୁଛନ୍ତି, ତେବେ ସମ୍ବଲପୁରୀ ନାମ ବଦଳରେ ଛତିଷଗଡ ଓ ଉତ୍ତର ପ୍ରଦେଶର ଭାଷା କୋଶଲୀକୁ ପଶ୍ଚିମ ଓଡିଶାର ଭାଷାର ନାମକରଣ ପାଇଁ ବ୍ୟବହାର ଘଟଣାକୁ ତିବ୍ର ବିରୋଧ କରାଯାଇଥିଲା । କିଛି ବ୍ୟକ୍ତି ସମ୍ବଲପୁରୀ ଭାଷା ବିରୋଧରେ ନିୟମିତ ଷଡଯନ୍ତ୍ର କରୁଥିବା ନେଇ ଉପସ୍ଥିତ ସମ୍ବଲପୁରୀ ପ୍ରେମୀମାନେ ଅଭିଯୋଗ କରିଥିଲେ । ଗୁରୁ ସତ୍ୟନାରାୟଣ ବହିଦାର ସାରା ଜୀବନ ସମ୍ବଲପୁରୀ ଭାଷାର ପ୍ରଚାର ପ୍ରସାର ପାଇଁ ବଳିଦାନ ଦେଇଥିବା ବେଲେ ପଶ୍ଚିମ ଓଡିଶାର ଭାଷାର ମାନ୍ୟତା ପାଇଁ ଲଢେଇରେ ତାଙ୍କର ଫଟୋକୁ ସ୍ଥାନିତ କରାନଯିବା ଏହି ଷଡଯନ୍ତ୍ରର ଏକ ବଡ ପ୍ରମାଣ ବୋଲି ଲୋକେ ଅଭିଯୋଗ କରିଥିଲେ । ବହୁସଂଖ୍ୟାରେ ସମ୍ବଲପୁରୀ ପ୍ରେମୀଙ୍କ ଭିଡ ଦେଖି ଘଟଣା ସ୍ଥଳରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ପୁଲିସ ଏବଂ ଗୋଇନ୍ଦା ଅଧିକାରୀ ପହଞ୍ଚିଥିଲେ । ତେବେ ବିନା ଗଣ୍ଡଗୋଳରେ ପ୍ରଚାର ଗାଡିକୁ ଫେରାଇ ନେଇ ଏଭଲି ଅପଚେଷ୍ଟା ନକରିବାକୁ ସମ୍ବଲପୁରୀ ପ୍ରେମୀ ଅନୁରୋଧ କରିଥିଲେ । ଏଭଲି ଅଞ୍ଚଳ ବିରୋଧୀ କାର୍ଯ୍ୟକ୍ରମ କରି ପଶ୍ଚିମ ଓଡିଶାବାସୀଙ୍କ ମଧ୍ୟରେ ଫାଟ ସୃଷ୍ଟୀ କରିବାକୁ ଉଦ୍ୟମ ନକରିବାକୁ ସମ୍ବଲପୁରୀ ପ୍ରେମୀ ଅନୁରୋଧ କରିବା ସହ ପ୍ରଚାର ଗାଡିକୁ ଫେରାଇ ଦେଇଥିଲେ । ସମ୍ବଲପୁରୀ ପ୍ରେମୀଙ୍କ ମଧ୍ୟରେ ଲଙ୍କେଶ ରାବଣ, ସୁଶାନ୍ତ ବୁଡା, ଅଲିତ ସୁନା, ରାଜେଶ ବେହେରା, ବିପ୍ଳବ ଡନସନା, ପ୍ରଫୁଲ ବେସରା, ମୋହନ ସୁନା, ବାବଲୁ ବେସରା ଓ ସୌରଭ ତ୍ରିପାଠୀ ପ୍ରମୁଖ ନେତୃତ୍ୱ ନେଇଥିଲେ ।