Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିତ୍ତୀୟ ସ୍ୱାକ୍ଷରତା ସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର:ଆଜି ମା ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବଲପୁର ଜିଲ୍ଲା ଲିଡ଼ ଵ୍ୟ।ଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଧମା ଶାଖା, ତଥା ବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ୟୁଥ ରେଡ୍‌କ୍ରସ ୟୁନିଟ ଅନୁକୂଲ୍ୟ ରେ ଏକ ବିତ୍ତୀୟ ସ୍ୱାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଡିଭିଜନାଲ ମେନେଜର ଦେବକିଶୋର ନାୟକ,ଆର୍ଥିକ ସ୍ୱାକ୍ଷରତା ପରାମର୍ଶଦାତା ଯଦୁମଣି ପ୍ରଧାନ ଏବଂ ଧମା ଷ୍ଟେଟ ବ୍ୟାଙ୍କ ଶାଖା ମ୍ୟାନେଜର ସମିତ କୁମାର ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସ୍ୱାକ୍ଷରତା ଉପରେ ସଚେତନ କରାଇବା ସହ ଏହାର ଗୁରୁତ୍ବ ଉପରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ଅର୍ଥନୀତି ଅଧ୍ୟାପକ ସତ୍ୟନାରାୟଣ ଦାଶ ଆର୍ଥିକ ସ୍ୱାକ୍ଷରତା ଉପରେ ଆଲୋଚନା ପୂର୍ବକ ଛାତ୍ରଛାତ୍ରୀମାନଙ୍କ ବିଷୟ ପ୍ରବେଶ କରାଇଥିଲେ। ବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବନୋଜ କୁମାର ସାହୁ ପ୍ରାରମ୍ଭିକ ସୂଚନା ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ରବିନ୍ଦ୍ରନାରାୟଣ ଠାକୁର ପୁରସ୍କାର ବିତରଣୀ କାର୍ଯ୍ଯକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ୟୁଥ୍‌ ରେଡ୍‌କ୍ରସ ୟୁନିଟର କାର୍ଯ୍ଯକ୍ରମ ଅଧିକାରୀ ଅଧ୍ୟାପିକା ସ୍ମାରକୀ ମାହାରଙ୍କ ସମେତ,ଡ. ସିଦ୍ଧାର୍ଥ ପଣ୍ଡା,ସୁଶ୍ରୀତ ଷଡଙ୍ଗୀ,ଚୈତନ୍ଯ ସେନାପତି ପ୍ରମୁଖ ଅଧ୍ୟାପକ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ