Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୧ କେଜି ଗଞ୍ଜେଇ ସହ ୧ ଗିରଫ ଓ କାର ଜବତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ୨୧ କେଜି ଗଞ୍ଜେଇ ଜବତ କରିବା ସହ ଏକ କାର ଓ ଜଣଙ୍କୁ ଗିରଫ କରିଛି ସୋନପୁର ଅବକାରୀ ବିଭାଗ। ଏକ କାରରେ ସୋନପୁର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ସୋନପୁର ଜିଲ୍ଲାପାଳ ଅଫିସ ନିକଟ ଆଶା ନର୍ସିଂ ହୋମ ପାଖରେ ଯାଞ୍ଚ କରିଥିଲା। ଉକ୍ତ ସମୟରେ ଆସୁଥିବା ଓଆର ୦୫ଏଏଲ -୦୨୧୧ କାରକୁ ଧରାଯାଇଥିବା ବେଳେ ଯାଞ୍ଚ କରାଯିବାରୁ ଉକ୍ତ କାର କାରରୁ ୨୧ କେଜି ଗଞ୍ଜେଇ ବାହାରିଥିଲା ବେଳେ କାର ରେ ଥିବା ସାଗରପାଲି ଗ୍ରାମ ର ମୁକେଶ ମେହେରଙ୍କୁ ଅଟକ ରଖିଥିଲେ। ଅବକାରୀ ବିଭାଗ ପରେ ଏକ ମାମଲା କେସ ନଂ ୧୭୮/୨୦୨୪ ରେ ରୁଜୁ କରି ଉକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ବେଳେ ବ୍ୟବହୃତ କାରକୁ ମଧ୍ୟ ଜବତ କରିଛି। ଅବକାରୀ ଅଧୀକ୍ଷକ ପ୍ରବୀର ସାମଲଙ୍କ ନିର୍ଦ୍ଦେଶରେ ଏହି ଚଢ଼ଉରେ ଅବକାରୀ ଇନ୍ସପେକ୍ଟର ପ୍ରକାଶ ସା ଙ୍କ ନେତୃତ୍ୱରେ ମୋବାଇଲ ଟିମ୍ ର ଅଧିକାରୀ ସାମିଲ ହୋଇଥିଲେ। ସେହିପରି ଧଉରାଖମନ ଛକ ପାଖରେ ଜିଲ୍ଲା ଅବକାରୀ ୟୁନିଟ ପକ୍ଷରୁ ଚଢାଉ କରି ଏକ ମୋଟର ସାଇକେଲ ରେ ୧୫ ଲିଟର ଦେଶୀ ମଦ ଜବତ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରି କେସ ନଂ ୧୭୯/୨୦୨୪ ରେ ମାମଲା ରୁଜୁ କରିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ