ସେବାପକ୍ଷରେ ସେବା ମହାଯଜ୍ଞ:ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ


ସମ୍ବଲପୁରୀ:ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜୀ ଙ୍କ ପବିତ୍ର ଜନ୍ମଦିନ ପାଳନ ଅବସରରେ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ତାରିଖ ଯାଏଁ ବିଜେପି ପକ୍ଷରୁ ଦେଶ ବ୍ୟାପି ସେବା ପକ୍ଷ ସେବା ମହାଜଜ୍ଞା କାର୍ଯ୍ୟକ୍ରମ ଚାଲିଛି । ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ସୁସ୍ୱାସ୍ଥ୍ୟ, ଦୀର୍ଘ ଜୀବନ, ଯଶ କୀର୍ତ୍ତି କାମନା କରି ବିଜେପି ପକ୍ଷରୁ ଚାରିଆଡେ ସ୍ୱଚ୍ଛ ଭାରତ ଅଭିଯାନ, ଡାକ୍ତରଖାନା ରେ ରୋଗୀ ଙ୍କୁ ଫଳ ବଣ୍ଟନ, ରକ୍ତଦାନ ଶିବିର ଭଳି ବିଭିନ୍ନ ସେବା ମୂଳକ କାର୍ଯ୍ୟ ସବୁ ହାତକୁ ନିଆଯାଇଛି ।
ଏହି ମର୍ମରେ ଆଜି ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କାଚେରୀ ରୋଡ଼ ସ୍ଥିତ ବିଜେପି କାର୍ଯ୍ୟାଳୟ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ସମ୍ବଲପୁର ବିଧାୟକ ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ର ଆନୁଷ୍ଠାନିକ ଭାବେ ଏହି ରକ୍ତଦାନ ଶିବିର ର ଶୁଭ ଉଦଘାଟନ କରିଥିଲେ । ଯୁବ ମୋର୍ଚ୍ଚା ଜିଲ୍ଲା କୋଷାଧ୍ୟକ୍ଷ କାହ୍ନୁ ରାମ ଶର୍ମା ଙ୍କ ନେତୃତ୍ୱ ରେ ଓ ସମ୍ବଲପୁର ବିଧାୟକ ଙ୍କ କନ୍ୟା ସୁଶ୍ରୀ ଶୁଭଶ୍ରୀ ମିଶ୍ର ଙ୍କ ତତ୍ୱାବଧାନ ରେ ହୋଇଥିବା ଏହି ରକ୍ତଦାନ ଶିବିର ରେ ୭୫ ରୁ ଅଧିକ ୟୁନିଟ ର ରକ୍ତ ସଂଗ୍ରହ ହୋଇଛି ।
ରକ୍ତଦାନ ଶିବିର ରେ ସମ୍ବଲପୁର ବିଧାୟକ ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ, ବ୍ରହ୍ମଗିରି ର ପୂର୍ବତନ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମ ଚନ୍ଦ୍ର ମେହେର, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା, ବରିଷ୍ଠ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ, ଡ଼.ପ୍ରମୋଦ ରଥ ଓ ସୂର୍ଯ୍ୟ ପାଢ଼ୀ, ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସମୀର ରଞ୍ଜନ ବାବୁ, ମହାନଦୀ ମଣ୍ଡଳ ସଭାପତି ସୁଶାନ୍ତ ପୁରୋହିତ, ବିଶିଷ୍ଟ ସମାଜସେବୀ ପ୍ରଫୁଲ୍ଲ ହୋତା ଓ ସୁବ୍ରତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ ।
ଆଜିର ରକ୍ତଦାନ ଶିବିର ରେ ସୌମିତ୍ର ଜତି, ସନ୍ତୋଷ ଡ଼ାଲୁଆ, ପ୍ରଭୁଦତ୍ତ ପଣ୍ଡା, ଗୋପାଲ ଅଗ୍ରୱାଲ, ଅଜିତ ବେହେରା, ମୋହନ ଦାଶ, ଅରୁଣ କୁମାର ଦାସ, ଶ୍ୟାମ ଗୁରୁ, ହରିହର ପଣ୍ଡା, ଅଭିନଵ ପାଣିଗ୍ରାହୀ, ଶୈଳେନ୍ଦ୍ର ପୁରୋହିତ, ସୁବ୍ରତ ପାଣିଗ୍ରାହୀ, ବିଶ୍ୱରଞ୍ଜନ ଜେନା, ଆୟୁଷ୍ମାନ ଦାଶ, ଆଶିଷ ବାବୁ, ସଞ୍ଜୀବ ଖଣ୍ଡେଲୱାଲ, ପ୍ରଭାସିନୀ ଦାଶ, ରୁନୁ ପ୍ରଧାନ, ମୁନମୁନ ସୌଦାର, ଲକ୍ଷ୍ମୀପ୍ରିୟା ଜେନା, ସୀତାକାନ୍ତି ମେସୁଆ ସୁନୀଲ ମହାରଣା, ସୁଧାଂଶୁ ବେହେରା ପ୍ରମୁଖ ସହଯୋଗ କରିଥିଲେ ।