Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଳ୍ପିକ ଜନ୍ମେଜୟ ବାବୁଙ୍କ ଗଳ୍ପ ସଙ୍କଳନ ଉନ୍ମୋଚିତ

ସମ୍ବଲପୁର:ଆଜି ରାଜବୈଦ୍ୟ ଗୋପୀନାଥ ଷଡ଼ଙ୍ଗୀ ସ୍ମୃତି ସମିତି ପକ୍ଷରୁ ଚିତ୍ର ଗୁପ୍ତ କଲ୍ୟାଣ ସ୦ଘର ସଭା ପ୍ରକୋଷ୍ଠରେ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ପୂର୍ବାହ୍ନ ୧୦ ଘଣ୍ଟା ୩୦ମିନିଟରେ ବିଶିଷ୍ଟ ଗାଳ୍ପିକ ଜନ୍ମେଜୟ ବାବୁଙ୍କ ରଚିତ ଗଳ୍ପ ସ୦କଳନ’ଗୋଟିଏ ଗାଁର କାହାଣୀ ‘ର ଉନ୍ମୋଚନ ଉତ୍ସଵ ଅନୁଷ୍ଠିତ ହୋଇ ଯାଇଛି।ଏହି ସଭାରେ ବିଶିଷ୍ଟ ଶିକ୍ଷାବିତ୍ ଭକ୍ତ ପ୍ରସାଦ ନନ୍ଦ ମୁଖ୍ୟ ଅତିଥି, ବିଶିଷ୍ଟ ସାମ୍ବାଦିକ ତଫିଜୁଲ ହୋସେନ ମୁଖ୍ୟ ବକ୍ତା, ଗୋପୀନାଥ ଷଡ଼ଙ୍ଗୀ,ବିଶେଷ ବକ୍ତା, ଅଧ୍ୟାପକ ସୋମନାଥ ବିଶ୍ଵାଳ,ମୁଖ୍ୟ ସମୀକ୍ଷକ ଓ ବିଶିଷ୍ଟ ଶିକ୍ଷୟିତ୍ରୀ ଶ୍ରୀ ମତୀ ମଞ୍ଜୁଶ୍ରୀ ନନ୍ଦ, ସମୀକ୍ଷକ ଭାବରେ ଯୋଗଦାନ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ନନ୍ଦ ପୁସ୍ତକଟିକୁ ଉନ୍ମୋଚିତ କରି କହିଥିଲେ ଯେ, ସାହିତ୍ୟରେ ଗ୍ରାମ୍ୟ ଜୀବନର ନିଖୁଣ ଚିତ୍ର ପ୍ରଦର୍ଶନ ହେବା ଉଚିତ୍।
ସ୦ପାଦକ ସୁଶାନ୍ତ ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇଥିଲେ। ପୁସ୍ତକର ଲେଖକ ଶ୍ରୀଯୁକ୍ତ ଜନ୍ମେଜୟ ବାବୁ ଏହି ପୁସ୍ତକ ଲେଖିବାବେଳର ସ୍ମୃତିମାନ ବଖାଣିବାସହିତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ସଭାରେ ଆଦର୍ଶ ଶିକ୍ଷକ ବିଷ୍ଣୁ ପ୍ରସାଦ ଗୁରୁ, ମାହେଶ୍ୱରୀ ପାଣିଗ୍ରାହୀ,ଲକ୍ଷ୍ମୀ ନାରାୟଣ ପଣ୍ଡା,ତପନ ଗୁରୁ,ନବ କିଶୋର ବାବୁ,ଯୀଶୁକୃଷ୍ଟ ଦାଶ ,ଅମରନାଥ ଶତପଥୀ, ଅମରେଶ ରଥ, ଅର୍ଜୁନ ଚରଣ ମହାନ୍ତ, ସାମ୍ବାଦିକ ଦୀପକ ପଣ୍ଡା, ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ,ଦେବାଶିଷ କର,ମଧୁମିତା ନନ୍ଦ,ଅନୁପମା ବାବୁ, ପ୍ରେମଜୟ ବାବୁ, ନଳିନୀ ବାବୁ,ସୀମନ୍ତିନୀ ବାବୁ, ସୁବର୍ଣ୍ଣ ମେହେରଙ୍କସମେତ ଅନେକ ବ୍ୟକ୍ତି ଯୋଗଦାନ ପୂର୍ଵକ ଗାଳ୍ପିକଙ୍କୁ ଉତ୍ସାହିତ କରିଥିଲେ।
ସଭାପତି ଶ୍ରୀଯୁକ୍ତ ମହାପାତ୍ରଙ୍କ ଅଭିଭାଷଣ ପରେ ଶ୍ରୀମତୀ ସବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।