Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛତୁଆ ର ମାନ ପରୀକ୍ଷା କଲେ ଉପ ଜିଲ୍ଲାପାଳ, ସିଡିପିଓ ଅନୁପସ୍ଥିତ ଥିବାରୁ ଅସନ୍ତୋଷ ପ୍ରକାଶ କଲେ।

କଳାହାଣ୍ଡି:୨୩/୦୯
ରାଜ୍ୟରେ ଗର୍ଭବତୀ,ଶିଶୁ,କିଶୋରୀ ବାଳିକା ଙ୍କୁ କୁପୋଷଣ,ଅପପୃଷ୍ଟି ରୁ ରୋକିବା ପାଇଁ ବିଗତ ରାଜ୍ୟ ସରକାରଙ୍କ ପକ୍ଷରୁ ଛତୁଆ ଯୋଜନା ଆରମ୍ଭ କରାଯାଇଛି।ତେବେ ରାଜ୍ୟ ରେ ଛୁଆ ଙ୍କୁ ମିଳୁଥିବା ଛତୁଆ ଖାଦ୍ୟ ଉପଯୋଗୀ ନହୋଇ ନିନ୍ମମାନ ର ହୋଇଥିବା ନେଇ ବିଗତ ଦିନରେ ବିଭିନ୍ନ ଗଣମାଧ୍ୟମ ରେ ଶିରୋନାମା ପାଲଟିଥିବା ବେଳେ ବିଜେପି ସରକାର ଙ୍କ ଅନେକ ମନ୍ତ୍ରୀ ବିଧାନସଭା ରେ ଛତୁଆ ର ମାନ କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହାପରେ ପ୍ରଶାସନିକ ସ୍ତରରେ ଅଧିକାରୀ ମାନେ ବିଭିନ୍ନ ଛତୁଆ ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରି ଛତୁଆ ର ପ୍ରସ୍ତୁତି କେନ୍ଦ୍ର ର ଭିତ୍ତିଭୂମି ଓ ଛତୁଆ ର ମାନ ପରୀକ୍ଷା କରୁଥିବା ଦେଖିବାକୁ ମିଳୁଛି।ସୋମବାର ଧର୍ମଗଡ ଉପ ଜିଲ୍ଲାପାଳ ଧୀମାନ ଚକମା କୋକସରା ବ୍ଲକ ଜନ ଶୁଣାଣି ଶିବିର ରେ ଯୋଗ ଦେବାକୁ ଆସିଥିବା ବେଳେ କୋକସରା ବ୍ଲକ ରେ ଛତୁଆ ଯୋଗାଣ କରୁଥିବା ମା ଲଙ୍କେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା କାଉଡୋଳା ରେ ଥିବା ଛତୁଆ ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରି ଛତୁଆ ରେ ଦିଆ ଯାଉଥିବା ଖାଦ୍ୟ ସାମଗ୍ରୀର ନିରୀକ୍ଷଣ କରିଥିଲେ।ତେବେ ତାଙ୍କ ଗସ୍ତ ସମୟରେ ସିଡିପିଓ ଅନୁପସ୍ଥିତ ଥିବାରୁ ଉପସ୍ଥିତ ଥିବା ସୁପରଭାଇଜର ଦ୍ରୋପଦି ମାଝୀ ଓ ପ୍ରଭାସିନୀ ତାଣ୍ଡି ଙ୍କୁ ସିଡିପିଓ କାହିଁକି ଅନୁପସ୍ଥିତ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଉପ ଜିଲ୍ଲାପାଳ ଙ୍କ ସହ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ, ତହସିଲଦାର ନବୀନ କିଶୋର ପାଢ଼ୀ,ବିଏସଏସଓ ଦିପକ କୁମାର ବେହେରା ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ