Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଦଗଡ଼ ବନ ବିଭାଗ ପକ୍ଷରୁ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ର ସଫଳ ରୂପାୟନ।

ହଦଗଡ଼ ହସ୍ତୀ ଅଭୟାରଣ୍ୟ ରେ ଜଙ୍ଗଲ ବିଭାଗ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାହାକୁ ଆନନ୍ଦପୁର ଡ଼ିଏଫଓ ଅଭୟ କୁମାର ଦଳେଇ ଙ୍କ  ନେତୃତ୍ୱରେ ବନ ବିଭାଗ ର କର୍ମଚାରୀ ମାନଙ୍କ ସହାୟତାରେ ସୋମବାର ଦିନ ମା ଗଡ଼ଚଣ୍ଡୀ ପୀଠ , ଚକ୍ରତୀର୍ଥ ଓ ହଦଗଡ଼ ଡ୍ୟାମ ର ଜିରୋ ପଏଣ୍ଟ ନିକଟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ତିନୋଟି ସ୍ଥାନ ଲୋକ ଙ୍କ ର ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଅନେକ ସମୟରେ ଏଠି ବର୍ଜ୍ୟବସ୍ତୁ ରେ  ପରି ପୂର୍ଣ୍ଣ ରହି ଥାଏ।ଯାହାଫଳରେ ବନ୍ୟ ଜନ୍ତୁ ଙ୍କ ଉପରେ ଏହାର କୁ ପ୍ରଭାବ ପଡିଥାଏ,  ତେଣୁ ଅଭୟାରଣ୍ୟ କୁ ସଫା ରଖିବା ସହ ପଲଥିନ ମୁକ୍ତ  ପ୍ରାକୃତିକ ଜଙ୍ଗଲ ସୃଷ୍ଟି କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏଥିରେ ଜଙ୍ଗଲ ନିକଟ ବର୍ତ୍ତି ଗାଁ ରେ ବସ ବାସ କରୁଥିବା ମା ଭଉଣୀ ମାନେ ସତର୍କ ରହିଲେ ପରିବେଶ ପ୍ରଦୂଷଣ ମୁକ୍ତ ହୋଇ ପାରିବ ବୋଲି ଡିଏଫଓ ଶ୍ରୀ ଦଳେଇ ବୁଝାଇ ଥିଲେ। ଏହି କାର୍ଯ୍ୟକ୍ରମ ରେ ଏସିସିଏଫ୍  ଅଶୋକ କୁମାର ବିଶ୍ବାଳ, ହଦଗଡ଼ ରେଞ୍ଜର ମାର୍ଶାଲ କିଷ୍କୁ, ବନାଧିକାରୀ ମଳୟ କୁମାର ସାହୁ, ଡ ମ୍ୱରୁ ଧର ମହାନ୍ତ, ଜ୍ୟୋତି ରଞ୍ଜନ ମାଝୀ, ତପଶ୍ୱନି ଜେନା, ରଶ୍ମିରଞ୍ଜନ ରାଉତ, ଅଜୟ କୁମାର ସେଠୀ, ଦିନେଶ ମାଝୀ, ଙ୍କ ସହ ପାଖ ଅଞ୍ଚଳ ର ଶତାଧିକ ମହିଳା ମାନେ ସାମିଲ ହୋଇ ପରିବେଶ ସଫା କରିବା ସହ, ପରିବେଶ ପ୍ରଦୂଷଣ ମୁକ୍ତ ଆମ ଦାୟିତ୍ୱ ନାରା ଦେଇ ପରିକ୍ରମା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ