Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବରଗଡ଼ ବିକାଶ ମଞ୍ଚର ସ୍ୱତନ୍ତ୍ର ବୈଠକ, ଡାକ୍ତରଖାନା ଓ ପୌର ସମସ୍ୟା ନେଇ କଲେ ଆଲୋଚନା

ସମ୍ବଲପୁର: ସୋମବାର ଦିନ ବରଗଡ଼ ସହର ୱ।ର୍ଡ ନଂ ୧୬ ଶାନ୍ତି ନଗରସ୍ଥିତ ଗୋବିନ୍ଦ ଦାଶ ଙ୍କ ବାସଭବନରେ ବରଗଡ଼ ବିକାଶ ମଞ୍ଚର ଏକ ବୈଠକ ସର୍ଦ୍ଦାର ପ୍ରୀତମ ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ପୌର ପରିଷଦର ପୌରାଧ୍ୟକ୍ଷା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟି ବରଗଡର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯିବା ପ୍ରସଂଗରେ ବିସ୍ତୃତ ଭାବରେ ସମସ୍ତ ମାନେ ଆଲୋଚନା କରି ଆଗାମୀ ଦିନରେ ସମସ୍ୟାର ସମାଧାନ ନେଇ ଉଭୟ ଅଧିକାରୀଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଛନ୍ତି।ବୈଠକରେ ସଂପାଦକ ଅଭିଜିତ ପ୍ରତିହାର, ସହ-ସଂପାଦକ ମନୋରଞ୍ଜନ ପୂଜାରୀ, ଗୋବିନ୍ଦ ଦାଶ, ଜୟଶ୍ରୀ ଦାଶ,ତୁଳସୀ ଚରଣ ଦାଶ, ଦେବୀ ପଟ୍ଟନାୟକ, ରାମକୃଷ୍ଣ ମେହେର, ନୂତନ ସଦସ୍ୟ ଅଶୋକ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ବରଗଡ ସହରକୁ ଏକ ସୁସ୍ଥ ଓ ନିର୍ମଳ ସହର ଭାବେ ଗଢ଼ି ତୋଳିବାକୁ ନିଷ୍ପତ୍ତି ନେଇଥିଲେ ଶେଷରେ ଶ୍ରୀ ମନୋରଂଜନ ପୁଜାରୀ ଧନ୍ୟବାଦ ଅର୍ପଣ କରିଥିଲେ ।