Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ସମ୍ବଲପୁର:ରାଉରକେଲା ଷ୍ଟେସନ୍ ନିକଟରେ ଥିବା ଏକ ସ୍କୁଲର ନବମ ଶ୍ରେଣୀ ଛାତ୍ରୀଙ୍କୁ ଉକ୍ତ ବିଦ୍ୟାଳୟର ଶିକ୍ଷକ ଅସଦାଚରଣ କରିବା ଅଭିଯୋଗରେ ତାତିଲେ ଅବିଭାବକ । ଏହି ଲଜ୍ଜ୍ୟା ଜନକ ଘଟଣାର ପ୍ରତିବାଦରେ ଆଜି ଅଭିଭାବକ ଏବଂ ସ୍ଥାନୀୟ ଲୋକେ ସ୍କୁଲ ସମ୍ମୁଖରେ ହଙ୍ଗାମା କରିବା ସହ ଉକ୍ତ ଶିକ୍ଷକଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠନ ଦାବି କରିଛନ୍ତି। ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛନ୍ତି। ରାଉରକେଲା ରେଳ ଷ୍ଟେସନ ନିକଟରେ ଥିବା ଗୁରୁ ନାନକ୍ ଖାଲସା ସ୍କୁଲ ଶିକ୍ଷକ ଜସବୀର ସିଂ ଙ୍କ ନାମରେ ଏହି ଗୁରୁତର ଅଭିଯୋଗ ଆସିଛି। ଅଭିଯୋଗ ଅନୁଯାୟୀ ଶନିବାର ଦିନ ସ୍କୁଲରେ ଜସବିର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସାଦଚରଣ କରିବା ସହ ଏକ ମେଡିସିନ ଖାଇବାକୁ ଦେଇଥିଲେ। ଛାତ୍ରୀ ଜଣଙ୍କ ଏ ବାବଦରେ ଘରେ କହିବା ପରେ ଆଜି ଶତାଧିକ ଲୋକ ସ୍କୁଲ ସମ୍ମୁଖରେ ଜମା ହୋଇ ଅଭିଯୁକ୍ତଙ୍କ ଉପରେ କଡା ଦଣ୍ଡ ବିଧାନ ଦାବି କରିଥିଲେ। ଉତ୍ତେଜନା ବଢିବାରୁ ଘଟଣା ସ୍ଥଳରେ।ପୋଲିସ ପହଞ୍ଚି ଥିଲେ। ଏତେଲା ପରେ ପୋଲିସ୍ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛନ୍ତି। ସ୍କୁଲ କର୍ତ୍ତପକ୍ଷ ମଧ୍ୟ ଉକ୍ତ ଅଭିଯୁକ୍ତ ଶିକ୍ଷକଙ୍କୁ ସ୍କୁଲ ରୁ ବାହାର କରି ଦେଇଥିବା ଜଣା ପଡ଼ିଛି। ପ୍ଲାଣ୍ଟ ସାଇଟ୍ ଥାନାରେ ଅସଦାଚରଣ ସହ ପୋକ୍ସୋ ଆକ୍ଟ ରେ ଏକ ମାମଲା ରଜ୍ଜୁ କରି ପୋଲିସ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ