Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ

ସମ୍ବଲପୁର:ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ଚାରିକାନ୍ଥ ତଥା ମହାବିଦ୍ୟାଳୟ ପରିସରରୁ ବାହାରି ସମାଜ ସେବା ତଥା ରାଷ୍ଟ୍ର ଗଠନରେ ପ୍ରେରିତ କରୁଥିବା ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ସେପ୍ଟେମ୍ବର ୨୪ ତାରିଖ । କୁଚିଣ୍ଡା ମହାବିଦ୍ୟାଳୟରେ ଯୁଗ୍ମ ଭାବରେ +୨ ଓ +୩ ବିଭାଗ ତରଫରୁ ଏହି ଦିବସ ଧୁମ୍ ଧାମରେ ପାଳିତ କରାଯାଇଛି। ଅଧ୍ୟକ୍ଷା ସୁଚିତ୍ରା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ +୩ ବିଭାଗ ଏନଏସଏସ ଅଫିସର ସୁଶ୍ରୀ ବେଲମତି କୁମୁରା ଏହି ଦିବସ ପାଳନ କରିବାର ଆଭିମୁଖ୍ୟ ତଥା ଜାତୀୟ ସେବା ଯୋଜନାର ଲକ୍ଷ୍ୟ, ଉଦ୍ଦେଶ୍ୟ, ତଥା ରାଷ୍ଟ୍ର ଗଠନରେ ସ୍ବେଚ୍ଛାସେବୀଙ୍କ ଯୋଗଦାନ ବିଷୟରେ କହିଥିଲେ। ମଞ୍ଚାସୀନ ଅତିଥି ରୂପେ ଯୋଗ ଦେଇଥିବା ପୂର୍ବତନ ଏନଏସଏସ ଅଫିସର ଅଭିନ୍ନ କିସାନ୍ ସ୍ବେଚ୍ଛାସେବୀଙ୍କ ଅବଦାନ ତଥା ବ୍ୟକ୍ତିତ୍ୱର ବିକାଶ ଦିଗରେ ବିଭିନ୍ନ ଭୂମିକା ବିଷୟରେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ। ଅନ୍ୟତମ ଅତିଥି ଅଧ୍ୟାପିକା ସୁଭଦ୍ରା ଦାସ ସମାଜସେବା ପାଇଁ ପିଲାମାନଙ୍କୁ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ +୨ ବିଭାଗ ଏନଏସଏସ ଅଫିସର ଖୁର୍ଶିଦହାରା ବେଗମ୍ ସୁଚାରୁ ରୂପେ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରୁ ସ୍ବେଚ୍ଛାସେବୀମାନେ କଲେଜ ପରିସରରୁ ସଫେଇ କାର୍ଯ୍ୟ କରିଥିଲେ। +୩ ବିଭାଗରେ ରୂପାଲି ପଣ୍ଡା ଓ ଟିଙ୍କୁ ସାହୁ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୂର୍ବ ସ୍ଵାଧୀନତା ଦିବସ ପ୍ୟାରେଡ଼ ଶିବିରରେ ଯୋଗଦେଇ ରାଜ୍ୟସ୍ତରୀୟ ଶିବିର ପାଇଁ ମନୋନୀତ ହୋଇଥିବା ଯୋଗୁଁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।