Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶକ୍ତି ପୀଠରେ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା ନୀତି, ମନ୍ଦିରରେ ଭିଡ଼

ସମ୍ବଲପୁର: ଆସିଛି ପାର୍ବଣ ଋତୁ । ଧରା ପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଧିନି ମା’ ଦୁର୍ଗା । ମା’ ଦୁର୍ଗାଙ୍କ ଆଗମନକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି ପୁର ପଲ୍ଲୀଠୁ ତାଳୁକା ସହର । ପଡା ପଡାର ପୂଜା ମଣ୍ଡପରେ ପୂଜା ପାଇଁ ସଜବାଜ ଆରମ୍ଭ ହୋଇ ଗଲାଣି । ଶିଳ୍ପୀଙ୍କ କର କମଳରେ ମା ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତିର ଚାଲିଛି ନିର୍ମାଣ। ତୋରଣରେ ସଜେଇ ହେଉଛି ପୂଜା ମଣ୍ଡପ।
ଏହି ଅବସରରେ ଜିଲ୍ଲାର ମା ସମଲେଶ୍ୱରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା ନୀତି।ଏହି ଷୋଡ଼ଶ ଉପାଚାର ପୂଜାରେ ବିଜୟାଦଶମୀ କାର୍ଯ୍ୟକ୍ରମ ବଳବତ୍ତର ହେବ। ପ୍ରତ୍ୟେକ ଦିନ ଜଗତଜନନୀ ମା’ ବିଭିନ୍ନ ବେଶରେ ସଜେଇ ହେବେ। ବିଭିନ୍ନ ଶକ୍ତି ପୀଠରେ ରାଜରାଜେଶ୍ୱରୀ, ଷୋଡଶୀ, ଭୁବନେଶ୍ୱରୀ, ବଗଳାମୂଖୀ, କମଳା, ସରସ୍ୱତୀ, ଦକ୍ଷିଣକାଳୀ, ଗାୟତ୍ରୀ, ଉଗ୍ରତାରା, ଅନ୍ନପୂର୍ଣ୍ଣା, ଚାମୁଣ୍ଡା, ବନଦୁର୍ଗା, ମହାସରସ୍ୱତୀ, ମହାକାଳୀ, ଜୟଦୁର୍ଗା, ମହିଷାମର୍ଦ୍ଦିନୀ, ଗଜଳକ୍ଷ୍ମୀ, ଶ୍ୟାମାକାଳୀ ଆଦି ବେଶରେ ସଜାଇ ହେବେ ମା’ । ମାଙ୍କ ଏହି ଦର୍ଶନ ପାଇଁ ଭକ୍ତ ମାନଙ୍କର ମନ୍ଦିର ପରିସରରେ ଭିଡ ଲାଗିବା ଆରମ୍ଭ ହୋଇ ଗଲାଣି । ମା ସମଲେଶ୍ୱରୀ, ରଣଚଣ୍ଡୀ, କାମାକ୍ଷା ଦେବୀ, ପ୍ରଭୃତି ଶକ୍ତି ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଏହି ଷୋଡଶ ଦିବସୀୟ ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ସହିତ ପୋଲିସ ପ୍ରଶାସନ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ଏପରିକି ଜିଲ୍ଲାର ଅନେକ ପୁର ପଲ୍ଲୀରେ ବିନା ମେଢ଼ରେ ଶାରଦୀୟ ଦୁର୍ଗା ପୂଜା ମଧ୍ୟ୍ୟ ପାଳିତ ହୋଇଥାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ