Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୪୩ ବିଡ଼ିଓଙ୍କ ବଦଳି ସମ୍ବଲପୁରରୁ ୩ ବ୍ଲକରେ ନୁଆଁ ବିଡିଓ

ସମ୍ବଲପୁର:ରାଜ୍ୟ ସରକାର ବିଡ଼ିଓ ସ୍ତରରେ ଆଜି ୪୩ ଜନ ବିଡ଼ିଓଙ୍କୁ ବଦଳି କରିଛନ୍ତି। ଏନେଇ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ବଦଳି ହୋଇଥିବା ବିଡ଼ିଓ ଙ୍କ ମଧ୍ୟ୍ୟରୁ ସମ୍ବଲପୁର ଜିଲ୍ଲାରୁ ନାକାଟିଦେଉଳ, ରେଙ୍ଗାଲି ଓ ଧନକଉଡ଼ା ବିଡ଼ିଓ ରହିଥିବା ବେଳେ ଜିଲ୍ଲାର ବିବାଦ ଓ ଚର୍ଚ୍ଚା ଥିବା ଜାମନକିରା ବିଡ଼ିଓ ନିଜ ପୂର୍ବ ସ୍ଥାନ ବଜାୟ ରଖିଛନ୍ତି। ନାକାଟିଦେଉଳ ବିଡ଼ିଓ ଧରଣୀଧର ଟୁଡୁଙ୍କ ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ବଲାଙ୍ଗୀର ଦେଓଗାଁ ବିଡ଼ିଓ କ୍ଷମାନିଧି ଭୋଇ ଯୋଗ ଦେଉଛନ୍ତି। ସେହିପରି ଧନକଉଡ଼ା ବିଡ଼ିଓ ଜୟନ୍ତ ସାହୁଙ୍କୁ କୁଚିଣ୍ଡା ବ୍ଲକକୁ ବଦଳି ହୋଇଥିବା ବେଳେ ଏହି ସ୍ଥାନରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ବିଡ଼ିଓ ଅନିଲ କୁମାର କୁଲୁ ଯୋଗଦେବେ। ସେହିପରି ରେଙ୍ଗାଲି ବ୍ଲକରେ ରାୟଗଡା ଜିଲ୍ଲା ମୁନିଗୁଡା ବିଡ଼ିଓ ପ୍ରିତମ କୁମାର ତନ୍ତୀ ଯୋଗ ଦେବାକୁ ଥିବା ବେଳେ ରେଙ୍ଗାଲି ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତି ପ୍ରିତମଙ୍କ ସ୍ଥାନରେ ଯୋଗଦେବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ