ସମ୍ବଲପୁର:ଆଜି ସମ୍ବଲପୁର ବିଜେପି ଜିଲ୍ଲା କାର୍ଯ୍ୟଳୟ ଠାରେ ବିଜେପି ଅନୁସୂଚୀତ ଜାତି ମୋର୍ଚ୍ଚା ପକ୍ଷରୁ ଏକ ବୁଦ୍ଧିଜୀବୀ ସମାବେଶ ଅନୁଷ୍ଠିତ ହୋଇଯାଛି । ଏଥିରେ ବିଜେପି ଅନୁସୂଚୀତ ଜାତି ମୋର୍ଚ୍ଚା ର ରାଜ୍ୟ ଉପସଭାପତି ରଞ୍ଜନ ସେଠ୍ ଓ ବିଜେପି ରାଜ୍ୟ ଉପସଭାପତି ତଥା ରେଙ୍ଗାଲୀ ର ପୁର୍ବତନ ବିଧାୟକ ନାଉରୀ ନାୟକ ଯୋଗ ଦେଇଥିଲେ । ଏହି ସମାବେଶ ର ଦେଶ ରେ ଅନୁସୂଚୀତ ଜାତି ଓ ଜନଜାତି ଙ୍କ ବର୍ତ୍ତମାନ ସ୍ଥିତି ଓ ଅବସ୍ଥିତି ସମ୍ପର୍କ ରେ ଆଲୋଚନା ହୋଇଥିଲା । ନରେନ୍ଦ୍ର ମୋଦୀ ଙ୍କ ସରକାର୍ ର ବିଗତ ୧୦ବର୍ଷ ରେ ଅନୁସୂଚୀତ ଜାତି ଓ ଜନଜାତିଙ୍କ ପାଈଁ ନିଆଯାଇଥିବା ବିଭିନ୍ନ ଯୋଜନା ଓ ନିଷ୍ପତ୍ତି ବିଷୟ ରେ ଆଲୋକପାତ କରାଯାଇଥିଲା । କଂଗ୍ରେସ୍ ଓ ଅନ୍ୟ ବିରୋଧୀ ଙ୍କ ଦ୍ଵାରା କରାଯାଉଥିବା ବିଭିନ୍ନ ଦୁଷପ୍ରଚାର୍ ଓ ଦିଆଯାଉଥିବା ଭମାତ୍ମକ ତଥ୍ୟ କୁ ସମସ୍ତେ ସମାଲୋଚନା କରିଥିଲେ । ଦେଶ କୁ ଓ ସମାଜ କୁ ବିଭାଜନ କରି ଓ ରାଷ୍ଟ୍ର ବିରୋଧି ଶକ୍ତି ଙ୍କୁ ସମର୍ଥନ ଦେଇ ଘୃଣ୍ୟ ରାଜନୀତି କରୁଥିବା ବିରୋଧୀ ଙ୍କୁ କିଭଳି ରୋକାଯାଇ ପାରିବ ସେବିଷୟରେ କେତେକ ମତପୋଷଣ କରିଥିଲେ ।
ଆଜିର ବୁଦ୍ଧିଜୀବୀ ସମାବେଶ ରେ ସମାଜ ରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ତଥା ଅବସର ଗ୍ରହଣ କରିଥିବା ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ମାନିତ ହୋଇଥିବା ବ୍ୟକ୍ତି ବିଶେଷ ଙ୍କ ମଧ୍ୟରେ ଦିଲୀପ ବେହେରା, ମୋହନ୍ ସେଠ୍, ଜିତେନ୍ଦ୍ରିୟ ସେଠ୍, ପାର୍ବତୀ ସେଠ୍, ରାମ ଚନ୍ଦ୍ର ସେଠ୍, ମୋତିଲାଲ ଦୋରା , ଅନିଲ କୁମାର ବେହେରା ପ୍ରମୁଖ ଥିଲେ ।
ବିଜେପି ଅନୁସୂଚୀତ ଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ହରବ୍ରତ ସେନାପତି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ମିଲନ ସେଠ୍ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।