Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଇଜେନିକ୍‌ ମଧ୍ୟାହ୍ନ ଭୋଜନ ଲାଗି ରୋଷେୟାଙ୍କୁ ଦିଆଯିବ ଟ୍ରେନିଂ

ଭୁବନେଶ୍ବର: ମଧ୍ୟାହ୍ନ ଭୋଜନରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ତତ୍ପରତା ଦେଖାଇଛନ୍ତି ସରକାର। ଏଥିପାଇଁ ଆରମ୍ଭ କରିଛନ୍ତି ପ୍ରସ୍ତୁତି। ଆସନ୍ତାକାଲିଠାରୁ ମଧ୍ୟାହ୍ନ ଭୋଜନ ରୋଷେୟା ଏବଂ ସହାୟକଙ୍କୁ ସ୍ବଚ୍ଛତା ସମ୍ପର୍କରେ ତାଲିମ ଦିଆଯିବ।

ମିଶନ ଶକ୍ତି ଭବନରେ ଆୟୋଜିତ ହେବ ଏହି ପ୍ରଶିକ୍ଷଣ ଶିବିର। ଆଠଟି ପର୍ଯ୍ୟାୟରେ ହେବ ଏହି ଶିବିର । ଖାଦ୍ୟ ପ୍ରସ୍ତୁତ ସମୟରେ କିପରି ନିଜକୁ ସଫା ଏବଂ ସ୍ୱଚ୍ଛ ରଖିବେ ସେ ସମ୍ପର୍କରେ ତାଲିମ ଦିଆଯିବ। ଖାଦ୍ୟକୁ କିଭଳି ସ୍ୱଚ୍ଛତାର ସହ ତିଆରି କରିବେ ଏବଂ ଖାଦ୍ୟ ପ୍ରସ୍ତୁତ ପରେ କିଭଳି ତାକୁ ସ୍ବଚ୍ଛ ସ୍ଥାନରେ ରଖିବେ ସେ ନେଇ ପ୍ରଶିକ୍ଷଣ ଦିଆଯିବ ।

ଏହି କାର୍ଯ୍ୟକ୍ରମରେ ୬୦୦ରୁ ଅଧିକ ରୋଷେୟା ଏବଂ ସହାୟକଙ୍କୁ ତାଲିମ ଦିଆଯିବ । ସେମାନେ ତାଲିମ ନେବା ପରେ ବ୍ଲକସ୍ତରରେ ଅନ୍ୟ ରୋଷେୟା ଓ ସହାୟକଙ୍କୁ ତାଲିମ ପ୍ରଦାନ କରିବେ ।