Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅନ୍ୟ ଜାତିରେ ବିବାହ କରିଥିବାରୁ ଛୁଇଁଲେ ନାହିଁ ମୃତଦେହ ; ସ୍ୱେଚ୍ଛାସେବୀ ସଂସ୍ଥା କଲେ ଶବ ସଂସ୍କାର

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ବ୍ଲକ ବହଲପଦର ପଂଚାୟତ ର ଚି଼ଙ୍ଗିରାନାଲି ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା I ଅନ୍ୟ ଜାତି ରେ ବିବାହ କରିଥିବାରୁ ବୃଦ୍ଧା ଉମlଦେଇ ତାମଳିଆ ର ଶବ କୁ ପୁଅ କି ବନ୍ଧୁ ବାନ୍ଧବ ଛୁଇଲେନି I ସୂଚନା ଥାଉ କି ଗତ ବର୍ଷ ବୃଦ୍ଧା ର ସ୍ୱାମୀ ବେଦ ତାମଳିଆ ମୃତ୍ୟୁ ହୋଇଥିଲା l ସେ ବର୍ତମାନ ଏକୁଟିଆ ଘରେ ରହୁଥିଲେ l ଶେଷରେ ଗ୍ରାମବାସୀ ସ୍ଥାନୀୟ ସ୍ବେଛାସେବୀ ସଂଗଠନ ସିୟା ପରିବାର କୁ ଖବର ଦିଆଯାଇଥିଲା I ଖବର ପାଇଁ ସିୟା ସମ୍ପାଦକ ସୁଦାମ ଗାଈଗରିଆ , ବରିଷ୍ଠ ସଭ୍ୟ ପ୍ରମୋଦ ପଣ୍ଡା , ଦିଲ୍ଲୀପ ପଧାନ ଏବଂ ସୋନପୁର ବୁଢାରଜା ଯୁବ ସଂଗଠନ ର ଶିବ ଶଙ୍କର ନାଏକ ଚି଼ଙ୍ଗିରାନାଲି କୁ ପହଂଚି ଥିଲେ I ବର୍ଷା ହେଉଥିବାରୁ ସେଠାରେ ଶବସଂସ୍କାର ହୋଇ ପାରିଲା ନାହିଁ l ତେଣୁ ଶବ କୁ ଶବ ବାହକ ଗାଡି ରେ ସୋନପୁର ରାମେଶ୍ୱର ଘାଟ ସ୍ମଶାନ ରେ ଶବ ଦାହ କରାଯାଇଥିଲା l