Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦ୍ବିତୀୟ ଦିନରେ ନର୍ସିଂ କର୍ମଚାରୀ ସଂଘ ଆନ୍ଦୋଳନ, ରୋଗୀ ସେବା ଠପ୍

ଭୁବନେଶ୍ବର: ଦ୍ବିତୀୟ ଦିନରେ ପହଞ୍ଚିଲା ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ । ଯାହାର ପ୍ରଭାବ ରୋଗୀସେବା ଉପରେ ପଡ଼ିଛି । ଭୁବନେଶ୍ବରରୁ ବ୍ରହ୍ମପୁର, ରାଉରକେଲାରୁ ସମ୍ବଲପୁର ସବୁଠି ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରୋଗୀସେବା ଠପ ହୋଇଯାଇଛି । ସ୍ଥିତି ଏପରି ହୋଇଛି ଯେ, ହସ୍ପିଟାଲରେ ଇଞ୍ଜେକ୍ସନ ଦେବାକୁ ଖୋଜିଲେ ବି ନର୍ସ ମିଳୁନାହାନ୍ତି ।

ଗତ ବୁଧବାର ଓ ଗୁରୁବାର ଆନ୍ଦୋଳନ କରିଥିଲେ ବି ଜରୁରୀକାଳୀନ ସେବା ଯୋଗାଉଥିଲେ ନର୍ସ । ହେଲେ ସରକାର ଦାବି ନଶୁଣିବାରୁ ଶୁକ୍ରବାରଠୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ନର୍ସ । ବିକ୍ଷୋଭରେ ପ୍ରାୟ ୧୫ ହଜାର ନର୍ସ ସାମିଲ ହୋଇଛନ୍ତି ।

୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରମାନଙ୍କ ୬ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନତି ସହ ସମସ୍ତ ଆର୍ଥିକ ସହାୟତା ଦାବି କରିଛି ସଂଘ । ଏହାସହ ବରିଷ୍ଠତା ଭିତ୍ତିରେ ପଦୋନ୍ନତି, CHO ପଦବୀରୁ ଫେରାଇ ଆଣି କ୍ୟାଡ଼ର ପୋଷ୍ଟ, ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର ନର୍ସିଂ ଅଫିସରଙ୍କୁ ସ୍ଥାୟୀ, ଠିକା ସଂସ୍ଥା ଦ୍ୱାରା ନର୍ସିଂ ଅଫିସର ନିୟୋଜିତ ହୋଇଥିବା ଆଦେଶ ପ୍ରତିହାର ପରି ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ନର୍ସିଂ କର୍ମଚାରୀ ସଂଘ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ