ଆସନ୍ତା ବୀରତI ଦିବସ ଉପଲକ୍ଷେ ଏକ ସମନ୍ୱୟ ବୈଠକ


ସମ୍ବଲପୁର,ତା: ସ୍ୱାଧୀନତା ସଂଗ୍ରାମ ରେ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱ ରେ ଘେଁସ ଜମିଦାରିର ଅବଦାନ ଅତୀବ ଵିରଳ ଥିଲା I ଘେଁସ ଜମିଦାର ମାଧୋ ସିଂ, ତାଙ୍କର ଚାରି ପୁଅ, ଜ୍ୱାଇଁ ଓ ନାତୁଣୀ ଜ୍ୟୋଇଁ ସମସ୍ତେ ସ୍ୱାଧୀନତା ଯଜ୍ଞ ରେ ବଳିଦାନ ଦେଇଥିଲେ I ସବୁଠୁ ହୃଦୟ ବିଦାରକ ଥିଲା ତାଙ୍କର ଜ୍ୟୋଇଁ ସୋନାଖାନ ଜମିଦାର ନାରାୟଣ ସିଂଙ୍କ ପରିବାର ର ବଳିଦାନ I ସର୍ବ ସମ୍ମୁଖରେ ନାରାୟଣ ସିଂ ଙ୍କୁ ରାୟପୁର ଠାରେ ଗୁଳି କରି ହତ୍ୟା କରାଯାଇଥିଲା I ସେଥିଲେ ଛତିଶଗଡ ର ସର୍ବ ପ୍ରଥମ ସଂଗ୍ରାମୀ ଓ ଶହୀଦ I ଠିକ୍ ସେହି ପରି ହଟ୍ଟେ ସିଂ ଥିଲେ ପ୍ରଥମ ଓ ଏକମାତ୍ର ଓଡ଼ିଆ ଯେ ଏହି ୧୮୫୭ ବିଦ୍ରୋହ ପାଇଁ କଳାପାଣି ପ୍ରେରିତ ହୋଇଥିଲେ I
ଜମିଦାର ମାଧୋ ସିଂଙ୍କ ବଳିଦାନ ଦିବସ ଡିସେମ୍ବର ୩୧ କୁ ଓଡିଶା ରେ ” ବୀରତା ଦିବସ ” ଭାବରେ ପାଳନ କଲାବେଳେ ସଂଗ୍ରାମୀ ନାରାୟଣ ସିଂ ଏବେ ବି ଛତିଶଗଡ ରେ ଅବହେଳିତ I
ଏ ପରିପେକ୍ଷୀ ରେ ଆଗାମୀ ” ବୀରତା ଦିବସ ” ରେ ଉଭୟ ଘେଁସ ଓ ସୋନାଖାନ ଜମିଦାରୀର ସଂଗ୍ରାମୀଗଣଙ୍କ ସ୍ମୃତଚାରଣ ପାଇଁ ଛତିଶଗଡ ମହାଶମୁନ୍ଦ ର ପୂର୍ବତନ ସାଂସଦ ଶ୍ରୀ ଚୁନିଲାଲ ସାହୁ ଏକ ପ୍ରଶଂସନୀୟ ଉଦ୍ୟମ ଆରମ୍ଭ କରିଛନ୍ତି I ଆଜି ଶ୍ରୀ ସାହୁ ଆବାହକତ୍ୱରେ ଏକ ସମନ୍ୱୟ ବୈଠକ ଘେଁସ ଜମିଦାରଙ୍କ ବାସଭବନ ରେ ଅନୁଷ୍ଠିତ ହୋଇଯାଇଅଛି I ଏଠିରେ ଜମିଦାର ବଂଶର ଦାୟାଦ ଶ୍ରୀ ରଂଜିତ ସିଂ ବରିହା, ବରଗଡ ବିକାଶ ମଞ୍ଚ ର ଶ୍ରୀଯୁକ୍ତ ଗୋବିନ୍ଦ ଦାଶ, ଶ୍ରୀ ଅଭିଜିତ ପ୍ରତିହାର,ଐତିହାସିକ ଓ ପ୍ରାଧ୍ୟପକ ଡ଼ ଜଗଦୀଶ ମିଶ୍ର ଓ ଗବେଷକ ଶ୍ରୀ ଅଶୋକ କୁମାର ପୂଜାରୀ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦାନ କରିଥିଲେ I
ଆଗାମୀ ବୀରତା ଦିବସ ରେ ଏକ ମଶାଲ ଯାତ୍ରା ଛତିଶଗଡ଼ ସୋନାଖାନ ରୁ ବାହାରି ବରଗଡ଼ ବୀର ଛକ ଦେଇ ଘେଁସ ପହଞ୍ଚିବା କାର୍ଯ୍ୟକ୍ରମ କୁ ସ୍ୱୀକୃତି ଦିଆଯାଇଥିଲା I ଉଭୟ ରାଜ୍ୟର ସଂଗ୍ରାମୀ ମାନଙ୍କ ସ୍ମୃତିରକ୍ଷା ତଥା ସେମାନଙ୍କ ବିଷୟରେ କନସାଧାରଣଙ୍କୁ ଜଣେଇବା ପାଇଁ ଏହି ସାମନ୍ୱୟ ସଭା କରାଯାଇ ବିଭିନ୍ନ ପ୍ରସ୍ତାବ ଉଭୟ ରାଜ୍ୟ ସରକାରଙ୍କ ପାଖେ ଉପସ୍ଥାପନା କରିବାର ନିଷ୍ପତି ନିଆଗଲା I ଶ୍ରୀଯୁକ୍ତ ଚୁନିଲାଲ ସାହୁଙ୍କ ଏହି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଥିଲେ I ଶେଷରେ ଶ୍ରୀ ଅଭିଜିତ ପ୍ରତିହାର ଧନ୍ୟବାଦ ଅର୍ପଣ କରିଥିଲେ I