Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଚାଲି ଚାଲି ରାସ୍ତା ପାରି ହେଉଥିବା ବେଳେ ବାଇକ୍ ଧକ୍କା ରେ ବୃଦ୍ଧ ମୃତ

ଉଲୁଣ୍ଡା : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟୁପାଲି ପେଟ୍ରୋଲ ପମ୍ପ ଛକରେ ବାଇକ ଧକ୍କାରେ ସୋମନାଥ ଅମାତ ନାମକ ଏକ 65 ବର୍ଷୀୟ ବୃଦ୍ଧର ମୃତ୍ୟୁ ଘଟିଛି l ସୂଚନା ଯେ ମୃତ ସୋମନାଥ ବିନିକା ଥାନା ଅନ୍ତର୍ଗତ ସେଲେଡି ଗ୍ରାମ ହୋଇଥିବାବେଳେ ସେ ଶନିବାର ସକାଳେ ଉଲୁଣ୍ଡା ଥାନା ଅନ୍ତର୍ଗତ ସହlଜବାହାଲ ଗ୍ରାମକୁ ସାଇକେଲରେ ଆସିଥିଲେ I ମାଟୁପାଲି ପେଟ୍ରୋଲ ପମ୍ପ ଛକ ପାଖରେ ସେ ରାସ୍ତା କଡରେ ସାଇକେଲ ରଖି ଚାଲି ଚାଲି ରାସ୍ତା ପାର ହେଉଥିଲେ l ଉକ୍ତ ସମୟରେ ବିହାର ଅଞ୍ଚଳର ଜନାର୍ଦ୍ଦନ ରାଜଭର ଓ ରୋଶନ ରାଜ ଭର୍ ଏକ ବାଇକ ଯୋଗେ ଶିମିଳିଗୋଡା ଅଞ୍ଚଳକୁ ଯାଉଥିବା ବେଳେ ମୃତ ସୋମନାଥ ସହିତ ଧକ୍କା ହୋଇଥିଲା I ଫଳରେ ତିନି ଜଣ ଯାକ ତଳେ ଛିଟିକି ପଡିଥିଲେ I ଆହାତ ତିନି ଜଣଙ୍କୁ ଦମକଳବାହିନୀ ଉଦ୍ଧାର କରି ଉଲୁଣ୍ଡା ଡାକ୍ତରଖାନା ରେ ଭର୍ତ୍ତି କରିଥିଲା l ଚିକିତ୍ସିତ ଅବସ୍ଥାରେ ସେଠାରେ ସୋମନାଥ ର ମୃତ୍ୟୁ ଘଟି ଥିବା ଜଣାପଡ଼ିଛି I