Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବସଷ୍ଟାଣ୍ଡ ପଛ ପଟେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରି 3 ଜଣ ଜୁଆଡିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ବୀରମହାରାଜପୁର ପୁଲିସ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସଷ୍ଟାଣ୍ଡ ପଛପଟେ ନିର୍ମାଣଧୀନ ଏକ ଘରେ ଚାଲିଥିବା ସଟ୍ଟା ଆଡ୍ଡାରେ ପୋଲିସ ପକ୍ଷରୁ ଚଢାଉ କରାଯାଇ ୩ ଜୁଆଡିଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ପୋଲିସ ସେମାନଙ୍କ ନିକଟରୁ ନଗଦ ୩,୮୨୦ ଟଙ୍କା ଜବତ କରିଥିବା ଜଣା ପଡିଛି । ପୋଲିସ ଏ ନେଇ ଏକ ମାମଲା (୨୯୬/୨୪) ରୁଜୁ ପୂର୍ବକ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି।