Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତୀ ସମାଜର ଦାୟିତ୍ୱ ପ୍ରଦାନ, ନଭେମ୍ବର ୧୬ରୁ ୨ଦିନିଆଁ ବିଶ୍ୱ ଭାରତୀ ସମ୍ମିଳନୀ

ସମ୍ବଲପୁର:ଆସନ୍ତା ନଭେମ୍ବରରେ ୧୬ ଏବଂ ୧୭ ତାରିଖରେ ସମ୍ବଲପୁର ରେ ହେବାକୁ ଥିବା ବିଶ୍ବ ଭାରତୀ ସମ୍ମିଲନୀ ପରିପେକ୍ଷୀରେ ରବିବାର ସାଂଗଠାନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତୀ ସମାଜ ର ସଂଚାଳକ ଭବାନୀଶ ଭୋଇଙ୍କ ପରିଚାଳନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବସମ୍ମତିକ୍ରମେ ହୋଇଥିବା ନିଷ୍ପତ୍ତି ଅନୁସାରେ ଆଜି ସଂଗଠନର ଦାୟିତ୍ୱ ପ୍ରଦାନନ କରାଯାଇଛି। ଭାରତୀ ସମାଜ ର ସଂଚାଳକ ଭାବରେ ଭବାନୀଶ ଭୋଇ, ଆନ୍ତର୍ଜାତୀୟ ସଂଯୋଜକ ଭାବେ ଆମେରିକା କାଲିଫର୍ଣ୍ଣିଆ ର ପଣ୍ଡିତ ଦେବେନ୍ଦ୍ର ଦତ୍ତ ଶର୍ମା, ମହାସଚିବ ଭାବେ ଦେବୀ ପ୍ରସାଦ ଭୋଇ, ସୁବୋଧ ଦୋରାଙ୍କୁ ମହାସଚିବ (ଅର୍ଥ) ଅଷ୍ଟ୍ରେଲିଆ ର ରାଷ୍ଟ୍ରୀୟ ସଂଯୋଜକ ଭାବେ ସିଡନିର ପଣ୍ଡିତ କ୍ରିଷ୍ଣନଦତ ଶର୍ମା, ନେଦରଲ୍ୟାଣ୍ଡ ର ରାଷ୍ଟ୍ରୀୟ ସଂଯୋଜକ ଭାବେ ଡ. ଚନ୍ଦ୍ରୀକା ପ୍ରସାଦ ଜେଠୁ, ନ୍ୟୁଜିଲ୍ୟାଣ୍ଡ ର ରାଷ୍ଟ୍ରୀୟ ସଂଯୋଜକ ଭାବେ ରଜନେଶ ପ୍ରସାଦ, ଫିଜିର ରାଷ୍ଟ୍ରୀୟ ସଂଯୋଜକ ଭାବେ ଭେତିଲେଭୁର କୁଶଲ ଅଚତ ରାମ ଏବଂ ଶୀବ ପଣ୍ଡିତ, ତ୍ରୀନିଦାଦ ଟବାଗୋ ର ରାଷ୍ଟ୍ରୀୟ ସଂଯୋଜକ ଭାବେ ରମେଶ ରଘୁନାଥ ସିଂହ, ସୁରୀନାମର ରାଷ୍ଟ୍ରୀୟ ସଂଯୋଜକ ଭାବେ ସତଜନାନ୍ଦ ପରମସୁଖ, ୟୁଏଇର ରାଷ୍ଟ୍ରୀୟ ସଂଯୋଜକ ଭାବେ ନିପନ ଭୋଇ ଏବଂ ଭାରତର ରାଷ୍ଟ୍ରୀୟ ସଂଯୋଜକ ଭାବେ ଡ ପ୍ରମୋଦ ରଥଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ଏହି କ୍ରମରେ ଡ ସ୍ବୟଂମ୍ ପ୍ରକାଶ ପଣ୍ଡା ଙ୍କୁ ଓଡ଼ିଶା ସଂଯୋଜକ, ଆଦିତ୍ୟ ମହାନ୍ତିଙ୍କୁ ବିହାର ସଂଯୋଜକ, ଅକ୍ଷିଲେଶ ଶଂଖଧାରଙ୍କୁ ଉତରପ୍ରଦେଶ ସଂଯୋଜକ, ସୁଶାନ୍ତ ପଟନାୟକଙ୍କୁ ପଶ୍ଚିମ ବଙ୍ଗଳା ଦାୟିତ୍ୱ ଅର୍ପଣ କରାଯାଇଛି। ସେହିପରି ସମ୍ବଲପୁର ପାଇଁ ସସ୍ମିତ ପଣ୍ଡାଙ୍କୁ ଜିଲା ସଂଯୋଜକ ଏବଂ କିଶୋର ଧରେଇଙ୍କୁ ସହ ସଂଯୋଜକ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି। ଆଭାସି ଜରିଆରେ ବିଭିନ୍ ଦେଶରୁ ସଦସ୍ଯ ମାନେ ଯୋଡି ହୋଇଥିବା ବେଳେ ଗୁରୁ ସତ୍ଯ ନାରାୟଣ ସମ୍ବଲପୁରୀ ଡେରା ରେ ପଶ୍ଚିମାଞ୍ଚଳ ଏକତା ମଂଚ ର ମୁଖ୍ଯ ସଂଯୋଜକ ମାନସ ରଂଜନ ବକ୍ସୀ, ଝୁନୁ ତ୍ରୀପାଠୀ, ରାହୁଲ ଗୁପ୍ତା, ସୁଷମା ପ୍ରଧାନ, ଶଙ୍କର ମେହେର, ପଙ୍କଜିନୀ ବୈଠାରୁ, ଶ୍ରୀମୟୀ ସାହୁ, ଛବିରାଣି ପତି, ସୁରେନ୍ଦ୍ର ବଗର୍ତୀ, ତ୍ରୁପ୍ତୀମୟୀ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ। ଶେଷରେ ଅମିତାଭ ମାଝୀ ଧନ୍ଯବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ