Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସ୍ବପ୍ନସାଗର କଳା ପରିଷଦର ବାର୍ଷିକ ସମାରୋହ ଓ ନୁଆଁ ଖାଇ ଭେଟଘାଟ ଉଦଯାପିତ

ସମ୍ବଲପୁର:ସ୍ବପ୍ନ ସାଗର କଳା ପରିଷଦ ର ବାର୍ଷିକ ସମାରୋହ ତଥା ନୁଆଁ ଖାଇ ଭେଟ ଘାଟ ଉତ୍ସବ କିରା ଶାସନ ସ୍ଥିତ ମହାଦେବ ମନ୍ଦିର ପରିସର ର କଳା ମଣ୍ଡପରେ ଆଜି ସକାଳ ନଅ ରୁ ସନ୍ଧ୍ୟା ଛଅ ଟା ପର୍ଯ୍ୟନ୍ତ ମହା ସମାରୋହରେ ପାଳିତ ହୋଇ ଯାଇଛି। ପ୍ରାରମ୍ଭରେ ଏହାକୁ ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିସାନ ଉଦଘାଟନ କରିଥିବା ବେଳେ ଦିବସ ଵ୍ୟାପୀ ସ୍ଥାନୀୟ କଳାକାର ଓ ବିଭିନ୍ନ ଅତିଥି ହାସ୍ୟ ଅଭିନେତା ପଟେଲ ଙ୍କ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କ ମନ ମୋହିନେଇଥିଲେ । ଏହା ପରେ ଅନୁଷ୍ଠାନ ର ଦ୍ଵିତୀୟ ବାର୍ଷିକ ଉତ୍ସବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସମାଜସେବୀ ସୁବାସ ଚନ୍ଦ୍ର ନୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୃତି କଳାକାର ମାନଙ୍କୁ ପ୍ରମାଣ ପତ୍ର, ମେଡାଲ, ଟ୍ରଫି ଓ ଅର୍ଥ ରାଶି ଦେଇ ପୁରସ୍କୃତ କରିଥିଲେ। ସେ ତାଙ୍କ ଭାଷଣରେ ନୁଆଁ ଖାଈ ଏକ ଭାଇ ଭସରର ପର୍ବ, ସେଥି ପାଇଁ ପଶ୍ଚିମ ଓଡିଶାରେ ଆମର ଏକତା ବଜାୟ ରହୁ ବୋଲି ଆହ୍ୱାନ ଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ କଳାକାର ବିଭୁତି କଲ୍ୟାଣ ପଟେଲ ଏହି ଅଂଚଳ ର କଳାକୁ ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟ ମାନଙ୍କ ଭିତରେ ସମ୍ମାନିତ ଅତିଥି ହିମାଂଶୁ ମହାପାତ୍ର, ଅନୁଷ୍ଠାନ ର ଉପଦେଷ୍ଠା ପ୍ରତାପ ପୁରୋହିତ, କୃଷ୍ଣ ଚନ୍ଦ୍ର ପୂଜାରୀ, ରବୀନ୍ଦ୍ର ମହାପାତ୍ର ପ୍ରମୁଖ ମଂଚାସୀନ ରହି ବିଭିନ୍ନ ଶିକ୍ଷାନୁଷ୍ଠାନ ର କୃତକାର୍ଯ୍ୟ ହୋଇଥିବା କଳାକାର ମାନଙ୍କୁ ପୁରସ୍କୃତ କରିଥିଲେ। ଏହି ସମାରୋହକୁ ଅନୁଷ୍ଠାନ ର ସଭାପତି ଅରୁଣ ପଟେଲ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ସୌକିତ କୁମାର ମହାପାତ୍ର ସଂଯୋଜନା କରିଥିଲେ।