Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କୁଡାପଡାରେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ସମ୍ବଲପୁର :ଜିଲ୍ଲାର କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଡାପଡା ଗ୍ରାମ ରେ ଗ୍ରାମ ରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ସମାଜେବୀ ତଥା ଅବସର ପ୍ରାପ୍ତ ଅଧ୍ୟାକ୍ଷା ସୁବାସ ଚନ୍ଦ୍ର ନାୟକ ଓ ଯୁବ କେନ୍ଦ୍ର ରା ପୂର୍ବତନ ସ୍ବେଚ୍ଛାସେବୀ ମନୋଜ ମେହେର ଙ୍କ ନତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀମତୀ ନଳିନୀ କିସାନ ମୁଖ୍ୟ ଅତିଥି ଓ ପଂଚାୟତ ନିର୍ବାହୀ ଅଧିକାରୀ କୁଞ୍ଜ ବିହାରୀ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଗ୍ରାମର ସ୍ବେଛାସେବୀ ଗଣ ଙ୍କୁ ଉତ୍ସାହିତ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସୁନିତା ମେହେର, ପ୍ରଭାତୀ ପଟେଲ, ଶାନ୍ତି ଲତା କୁମୁରା, ଜୟନ୍ତୀ ସୁନାନୀ, ଟିକେଶ୍ୱରୀ ନାଏକ, ସାବିତ୍ରୀ ଛତ୍ରିଆ, ସଉକି ମାଝୀ, ଯାହ୍ନଵୀ ମାଝୀ, କୁନ୍ତଳା ଭୁକ୍ତା, ପୂର୍ଣମୀ ରାୟ,ମିଥିଲା ପଟେଲ, ସବିତା କିସାନ, ନରୋତ୍ତମ ଖଡିଆ, ମନୋଜ ରାୟ,ବିହାରୀ ସୁନାନୀ, ହିମାଂଶୁ କିସାନ ବିନୟ ମାଝୀ, ମୁକେଶ ବାଘ, ନମିତା ସୁନାନୀ, ରିନା ସୁନାନୀ, ପ୍ରୀତି ବାଙ୍କଡା, ମନ୍ଦାକିନୀ ମେହେର,ଡଲି ସୁନାନୀ, ଖୁଜାର ଜୟପୁରିଆ, କଲ୍ୟାଣ ବାଦୀ, ଜୟ କୁମାରୀ ଭାଇଁସା, କିଆ ଷଣ୍ଢ, ହାରପ୍ରସାଦ କିସାନ, ଦୀନବନ୍ଧୁ ବଗର୍ତ୍ତୀ,ସୁରଥ ସାହୁ, ଯୌତୁକ ଦେହୁରୀ ପ୍ରମୁଖ ଙ୍କ ନେତୃତ୍ୱରେ ଗ୍ରାମ ସଫେଇ କରିବା ସହ ଗ୍ରାମକୁ ସ୍ୱଚ୍ଛ ରଖିବାକୁ ଶପଥ ନେଇଥିଲେ। ଶେଷରେ ସରୋଜ ମେହେର ଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା ସଭାରେ ଅତିଥି ସୁବାସ ଚନ୍ଦ୍ର ନାୟକ ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛତା ପ୍ରତି ବଦ୍ଧତା ଉପରେ ଆଲୋଚନା କରିଥିଲେ।