Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନଏଲସି ପକ୍ଷରୁ ‘ସ୍ଵଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ

ସମ୍ବଲପୁର:ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଖିଣ୍ଡା ଗ୍ରାମରେ ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ ଓ ଏନଏଲସି ଇଣ୍ଡିଆ କମ୍ପାନୀ ମିଳିତ ଆନୁକୂଲ୍ୟରେ ‘ସ୍ଵଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଖୁଣ୍ଡା ପଞ୍ଚାୟତ ଅଫିସ, ଡାକ୍ତରଖାନା, ହାଇସ୍କୁଲ, ମନ୍ଦିର ଆଦି ବିଭିନ୍ନ ଅଞ୍ଚଳ ସଫେଇ କରାଯାଇଥିଲା। କାର୍ଯ୍ୟକ୍ରମରେ ଏନଏଲସି ମୁଖ୍ୟ ମହାପ୍ରବନ୍ଧକ ଚିଡକୁ ଦୟାନନ୍ଦ, ଶଙ୍କର ପଣ୍ଡା, ପ୍ରଭଞ୍ଜନ ମହାପାତ୍ର, ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ କାର୍ଯ୍ୟକାରୀ ସଭାପତି ବାବୁଲୁ ରାଉତ, ସମ୍ପାଦକ ହିମାଂଶୁ ମଲ୍ଲିକ, ରୂଦ୍ର ପଧାନ, ଦୁର୍ଗା ଭୋଇ, ଅକ୍ଷୟ ଶତପଥୀ, ଦ୍ରୋଣ ରାଓ ପ୍ରମୁଖ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ