ସମ୍ବଲପୁର:ସମ୍ବଲପୁରର ପ୍ରତିଷ୍ଠିତ ଠିକାଦାର ତଥା ସମାଜସେବୀ ଦେବଦତ୍ତ ଦାଶଙ୍କ ବିୟୋଗ ଖବର ପାଇ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖିତ ଓ ମର୍ମାହତ ହୋଇ ନିଜର ଏକ୍ସରେ ପୋଷ୍ଟ କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ସମ୍ବଲପୁର ନିର୍ବାଚନରେ ପ୍ରଚାର କରିବା ସମୟରେ ଶ୍ରୀ ଦାଶ ଶଯ୍ୟାଶାୟୀ ଥିବା ଅବସ୍ଥାରେ ମୁଁ ତାଙ୍କୁ ଭେଟିଥିଲି । ରାଷ୍ଟ୍ରବାଦୀ ବିଚାର ଓ ବିଜେପି ଦଳ ପ୍ରତି ସେ ଅତ୍ୟନ୍ତ ଶ୍ରଦ୍ଧା ଓ ଆନ୍ତରିକତା ରଖୁଥିଲେ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଏହି ଦୁଃଖଦ ସମୟରେ ମହାପ୍ରଭୁ ଓ ମା’ ସମଲେଇ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଜଣାଇଛନ୍ତି।