Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ରକ୍ତଦାନ ଦିବସ ଉପଲକ୍ଷେ ତ୍ୟାଗର ରକ୍ତଦାନ ଓ ରକ୍ତଦାତା ସମ୍ମାନ ସମାରୋହ ଅନୁଷ୍ଠିତ

ସମ୍ବଲପୁର: ଜାତୀୟ ରକ୍ତଦାନ ଦିବସ ଉପଲକ୍ଷେ ବିଶିଷ୍ଟ ରକ୍ତଦାନ ସଂସ୍ଥା ତ୍ୟାଗ ପକ୍ଷରୁ ରକ୍ତଦାନ ଶିବିର ଓ ରକ୍ତଦାତା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ରକ୍ତଦାନ ଶିବିର ଗୁଡ଼ିକରେ ସମୁଦାୟ ୯୧ ୟୁନିଟ ରକ୍ତଦାନ କରାଯାଇଛି । ୩୧ ଜଣ ବରିଷ୍ଠ ରକ୍ତଦାତା ଓ ୨୧ ଜଣ ନୂଆ ରକ୍ତଦାତାଙ୍କୁ ସ୍ବତନ୍ତ୍ର ରୂପେ ସମ୍ମାନିତ କରାଯାଉଛି । ୨୯ତାରିଖ ବୁର୍ଲା ରକ୍ତ କେନ୍ଦ୍ରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୨୭ ଜଣ ରକ୍ତଦାନ କରିଥିଲେ । ୩୧ ଜଣ ବରିଷ୍ଠ ରକ୍ତଦାତା ଓ ୨୧ ଜଣ ପ୍ରଥମ କରି ରକ୍ତଦାନ କରିଥିବା ରକ୍ତଦାତାଙ୍କୁ ସମ୍ମାନିତ କରାଯାଇଥିଲା l ରକ୍ତଦାନର ପ୍ରଚାର ପ୍ରସାର ପାଇଁ ‘ ତା ଜୀବନ ଧନ୍ୟ ଯେ କରେ ରକ୍ତଦାନ ‘ ଶୀର୍ଷକ ପ୍ରଚାର ପୁସ୍ତିକାକୁ ଡ ସନ୍ତୋଷ କାନୁନଗୋ ଓ ଡ ଶୁଶାନ୍ତ କର ଉନ୍ମୋଚନ କରିଥିଲେ । ଏହାକୁ ବୁର୍ଲା ପେଟ୍ରୋଲ ପମ୍ପ ଛକରେ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛକ ରେ ବଣ୍ଟା ଯାଇଥିଲା। ତ୍ୟାଗର ଅନ୍ୟତମ ପ୍ରଚାର ପୁସ୍ତିକା ” ରକ୍ତଦାନ ମହାପୁନ୍ୟ ,କରି କରାଇଲେ ଜୀବନ ଧନ୍ୟ” କୁ ପ୍ରଫେସର୍ ସଂଯତ ସାହୁ ଓ ପ୍ରଫେସର୍ ସଞ୍ଜୟ ପଟ୍ଟନାୟକ ଉନ୍ମୋଚନ କରିଥିଲେ । ଏହାକୁ ବୁର୍ଲା ମେଡିକାଲ ପରିସରରେ ରୋଗୀ ପରିଜନ ଓ ସାଧାରଣ ଜନତାଙ୍କୁ ବଣ୍ଟା ଯାଇଥିଲା। କାର୍ଯ୍ୟକ୍ରମକୁ ଦଶରଥ ଦାସ, ଲକ୍ଷ୍ମୀ ପ୍ରଧାନ, ବିରଞ୍ଚି ମହାପାତ୍ର, ତପନ ବେହେରା, ପ୍ରଫୁଲ୍ଲ ଗୁରୁ, ଅଧ୍ୟାପକ ସରୋଜ ତ୍ରିପାଠୀ, ପ୍ରଦୀପ ପଣ୍ଡା, ଗୁଡୁୁ ଉପଲ ଶିବିର ସଂଯୋଜନା କରିଥିଲେ। ରକ୍ତଭଣ୍ଡାର ର ବରିଷ୍ଠ ଅଧିକାରୀ ମଣ୍ଟୁ ପ୍ରଧାନ,ସମାଜସେବୀ ବାବୁ ପଣ୍ଡା , ଆଲୋକ ଅନୁଷ୍ଠାନର ମନୋଜ ସାହୁ ଓ ବରିଷ୍ଠ ନାଗରିକ ପ୍ରଶାନ୍ତ ପଢ଼ି ସ୍ବତନ୍ତ୍ର ଅତିଥି ରୂପେ ଯୋଗ ଦେଇଥିଲେ । ବରିଷ୍ଠ ଡ଼ାକ୍ତର ପ୍ରଫେସର୍ ଶ୍ରୀବଛ ମହାପାତ୍ର ଓ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଅନୂପା ଟପୋ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ରକ୍ତଦାତାଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରିଥିଲେ ।ବୁର୍ଲା ରକ୍ତଭଣ୍ଡାର ରକ୍ତ ସଂଗ୍ରହ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories