ସମ୍ବଲପୁର:କୁଳୁଥକାନୀ ନାଗରିକ କମିଟି ତରଫରୁ ଆଜି କମିଟି କାର୍ଯ୍ୟାଳୟ ଠାରେ ଏହାର ନବମ ବାର୍ଷିକ ଉତ୍ସବ ତଥା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ଣଚନ୍ଦ୍ର ପୁରୋହିତ ଓ ସମ୍ମାନିତ ଅତିଥି ଭାବରେ ଉଦିତଚନ୍ଦ୍ର ପାଟଜୋଷୀ ଓ ବରିଷ୍ଠ ନାଗରିକ କାର୍ତ୍ତିକେଶ୍ୱର ମେହେର ଯୋଗଦାନ କରିଥିଲେ।ପ୍ରାରମ୍ଭଭରେ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ପ୍ରତିଛବିରେ ପୁଷ୍ପ ମାଲ୍ୟ ଅର୍ପଣ ପରେ ବାର୍ଷିକ ବିବରଣୀ ଓ ପ୍ରାରମ୍ବିକ ସୂଚନା ଦେଇଥିଲେ ସମ୍ପାଦକ ଅରବିନ୍ଦ ନାୟକ।ସଭାପତି ରାଜେନ୍ଦ୍ର ପଟ୍ଟା ସଭା କାର୍ଯ୍ୟ ପରିଚାଳନା କରିଥଲେ। ବକ୍ତା ମାନେ ବର୍ତମାନ ପରିସ୍ତିତି ରେ ଗାନ୍ଧୀ ଙ୍କ ବିଚାର ଧାରାରୁ ଦୁରେଇ ଯାଇ ଦୃଢ ମନୋବଳ ନ ରଖିବା କାରଣରୁ ଅସଫଳ ହେଉଛନ୍ତି ଏହାଛଡା ନାଗରିକ କମିଟି ଲଖ୍ୟ ଓ ଆଦର୍ଶରେ ଏହି ଅଂଚଳ ର ସାମଗ୍ରିକ ବିକାଶରେ ଉଲ୍ଲେଖନୀୟ ଅବଦାନ ଦେବାକୁ ସଭାରେ ବକ୍ତା ମାନେ ମତାମତ ଦେଥିଲେ। ଅନ୍ୟ ମାନଂକ ମଧ୍ୟରେ ରବି ପଣ୍ଡା ,ଇନ୍ଦ୍ରମଣି ଦାସ ,ଦୁଃଖିଶ୍ୟାମ ନାୟକ ,ରୁଦ୍ରଦେବ ପ୍ରଧାନ ,ମଳୟ ପଟେଲ ଓ ଅରୁପ ସିଂହଦେଓ ପ୍ରମୁଖ ଯୋଗଦାନ କରିଥିଲେ।