Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁର ବାପୁଜୀ କ୍ଳବର ୫୫ତମ ବାର୍ଷିକ ଉତ୍ସବ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ଘୋଡାଘାଟାପଡାର ବାପୁଜୀ କ୍ଳବ୍ ଅକ୍ଟୋବର ୨ ତାରିଖ ଦିନ ମହାତ୍ମା ଗାନ୍ଧିଙ୍କ ଜନ୍ମ ଦିବସ ଅବସରରେ ୫୫ତମ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ଏଥିରେ ମୂଖ୍ୟଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ସମ୍ମାନିତ ଅତିଥି ନାଟ୍ୟଶ୍ରୀ ଗଦାଧର ବାରିକ ଯୋଗଦେଇ ଥିବାବେଳେ ମୂଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ ତଥା କବି ଶ୍ରୀଧର ବାଗ ଯୋଗ ଦେଇ ବାପୁଜୀଙ୍କ ନୀତି ଆଦର୍ଶ ଉପରେ ଆଲୋକପାତ କରିଥିଲେ। ବୃକ୍ଷରୋପଣ ଓ ସ୍ଵଚ୍ଛତା ହିଁ ସେବା ଉପରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ପରେ ସଂଧ୍ୟାରେ କୁନିକୁନି ଶିଶୁମାନଙ୍କୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାପୁଜୀ କ୍ଳବ୍ ର ପୂଜ୍ୟପୂଜାର ସମ୍ମାନ ରହିଆସି ଥିବାବେଳେ ସେହିପରି ଚଳିତ ବର୍ଷ ମଧ୍ୟ ବିଭିନ୍ନ ପ୍ରତିଭା ମାନଙ୍କୁ ସର୍ବୋଦୟ କଳା ସମ୍ମାନରେ ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ ଗୋରେଖନାଥ ସାହୁ ଙ୍କୁ ସମ୍ମାନିତ କରାଯାଇଥିଲା। ସର୍ବୋଦୟ କ୍ରିଡା ସମ୍ମାନରେ ସତ୍ୟପ୍ରକାଶ ମିଶ୍ର, ସର୍ବୋଦୟ ଯୁବ ସମ୍ମାନରେ ଜିତା ପତର ଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ ବାପୁଜୀ କ୍ଳବ୍ ର ସଭାପତି ଜିତେନ୍ଦ୍ର ପଟ୍ଟନାୟକ, ସମ୍ପାଦକ ସନ୍ତୋଷ କୁମାର ପ୍ରଧାନ ଓ କ୍ଲବ ର ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ସାଫଲ୍ୟ ମଣ୍ଡିତ କରିଥିବା ବେଳେ ସାଂସ୍କୃତିକ ସମ୍ପାଦକ ସୌମ୍ୟକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ।