Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲିଗୁଡା ବିଜେପି ପକ୍ଷରୁ ଅଧିବକ୍ତା ସଦସ୍ୟତା ଅଭିଯାନ

ବାଲିଗୁଡା ,(ସଞ୍ଜୟ କୁମାର ପାଣିଗ୍ରାହୀ): ଭାରତୀୟ ଜନତା ପାର୍ଟି ଓଡିଶା ପକ୍ଷରୁ ଅକ୍ଟୋବର ୧ ତାରିଖ ଠାରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ବିଶେଷ ସଦସ୍ୟତା ଅଭିଯାନ ମାଧ୍ୟମରେ ବାଲିଗୁଡା ନିର୍ବାଚନ ମଣ୍ଡଳୀର ଅଧିବକ୍ତା ମାନଙ୍କୁ ନେଇ ଏକ ସ୍ଵତନ୍ତ ସଦସ୍ୟତା ଅଭିଯାନ ଅଧିବକ୍ତା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଅଧିବକ୍ତା କ୍ଷମା ସାଗର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ବିଶେଷ ସଦସ୍ୟତା ଦିବସ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ଏହି ସଦସ୍ୟତା ଅଭିଯାନ ରେ ଅଧିବକ୍ତା ମାନେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧିବକ୍ତା କ୍ଷମା ସଗାର ପ୍ରଧାନ ସମେତ ନାରାୟଣ ଚୌଧୁରୀ ,ଅନିଲ କୁମାର ଦାସ ,ରବୀନ ଚନ୍ଦ୍ର ସାହୁ , ସୁରେଶ ପଟ୍ଟନାୟକ ,ସୁବ୍ରତ କୁମାର ପ୍ରଧାନ ,ନିମାଇଁ ସାହାଣି ,ଅନିଲ କୁମାର ଲେଙ୍କା, ଜଗଦୀଶ ସାମନ୍ତରାୟ, ବି.ଶ୍ରୀକାନ୍ତ ,ରମାକାନ୍ତ ସାହୁ ,ମଦନ ମୋହନ ପ୍ରଧାନ ସମେତ ୩୦ ଜଣ ଅଧିବକ୍ତା ଉପସ୍ଥିତ ରହି ସଦସ୍ୟତା ହୋଇଥିଲେ । ସଦସ୍ୟତା ଗ୍ରହଣ କରିଥିବାରୁ ସମସ୍ତ ଅଧିବକ୍ତାଙ୍କୁ କ୍ଷମାସାଗର ପ୍ରଧାନ ସ୍ବତନ୍ତ୍ର ପ୍ରଦେଶ ଗଠନର ଶହେବର୍ଷ ପୂର୍ତି ଅବସରରେ ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ବିକଶିତ ରାଜ୍ୟ ପରିଣତ କରିବା ପାଇଁ ସରକାରଙ୍କ ପକ୍ଷରୁ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମସ୍ତଙ୍କ ସହଭାଗିତା ରହିବା ଆବଶ୍ୟକ ବୋଲି କହିଥିଲେ । ଭାରତୀୟ ଜନତା ପାର୍ଟିର ନୂତନ ସଦସ୍ୟତା ଗ୍ରହଣ କରିଥିବା ଅଧିବକ୍ତା ମାନଙ୍କୁ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଧନ୍ୟବାଦ ପ୍ରଦାନ କରିବା ସହ ସ୍ଵାଗତ ଜଣାଇଛନ୍ତି