Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝରିଆ ପାଲି ଉଚ୍ଚ ବିଦ୍ୟାପୀଠ ର ଜୁନିଅର ରେଡ଼କ୍ରସ ଆନୁକୁଲ୍ୟରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ, କେନଝିରିଆପାଲି ଜୁନିଅର ରେଡ କ୍ରସ ଆନୁକୂଲ୍ୟରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ଜୁନିଅର ରେଡକ୍ରସ ପରାମର୍ଶଦାତା ଜୀବର୍ଦ୍ଧନ ରଣା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ 30 ଜଣ ଜୁନିଅର ଛାତ୍ର ଛାତ୍ରୀ ଙ୍କୁ ନେଇ ହାଇସ୍କୁଲ ପରିସର ସଫେଇ ପରେ ପାଖରେ ଥିବା ସାପ୍ତାହିକ ବଜାର ଠାରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ରେଡ କ୍ରସ ର ସ୍ୱାସ୍ଥ୍ୟ , ସେବା , ବିଶ୍ୱ ବନ୍ଧୁତା ର ବାର୍ତ୍ତା ପ୍ରଦାନ ପୂର୍ବକ ସ୍ୱଚ୍ଛତା ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ମାଧ୍ୟମରେ ସମସ୍ତ ଜନସାଧାରଣ ଙ୍କୁ ସ୍ୱଚ୍ଛ ରହିବାକୁ ଆହ୍ୱାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମେତ ସହକାରୀ ଶିକ୍ଷକ ପ୍ରମୋଦ କୁମାର ପାତ୍ର , ଜଗଦୀଶ ପଧାନ , ଗୌରୀଶଙ୍କର ପୁଜାହାରୀ , ମୀନକେତନ ରଣା , ଖେଳ ଶିକ୍ଷକ ସୁରେନ୍ଦ୍ର କୁମାର ପଧାନ ସମସ୍ତ ଶିକ୍ଷକ ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ