Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଶିକ୍ଷାରେ ଭାରତୀୟ ସମାବେଶର ଆବଶ୍ୟକତା ରହିଛି

ସମ୍ବଲପୁର:ଭାରତୀୟ ଶିକ୍ଷଣ ମଣ୍ଡଳ ଓଡିଶା ପଶ୍ଚିମ ପ୍ରାନ୍ତ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓଡିଶା ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ସଂଯୁକ୍ତ ଅଧିନରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ରାନ୍ତ ସ୍ତରୀୟ ଶୋଧାର୍ଥୀ ସମ୍ମେଲନ ଅନୁଷ୍ଠିତ ହୋଇଥିଲା । ସମ୍ମେଳନରେ ମୁଖ୍ୟ ଅତିଥି ଭାବେ ପଞ୍ଜାବ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଲପତି ପ୍ରଫେସର ଆର. ପି. ତିୱାରି, ମୁଖ୍ୟ ବକ୍ତା ଭାବେ ଭାରତୀୟ ଶିକ୍ଷଣ ମଣ୍ଡଳର ବ୍ରଜ ପ୍ରାନ୍ତର ଅଧ୍ୟକ୍ଷା ଡ଼. ପୂନମ ସିଂହ ଯୋଗ ଦେଇ ଥିଲେ। ମୁଖ୍ୟ ବକ୍ତା ଡ଼. ପୂନମ ସିଂହ କହିଲେ, “ଆମେ ଆମର ଶିକ୍ଷାରେ ଭାରତୀୟତାର ସମାବେଶ କରିବାକୁ ହେବ। ଯଦି ଆମେ ବିଶ୍ବଗୁରୁ ହେବାକୁ ଚାହୁଁଛୁ ତେବେ ଶିକ୍ଷାର ଭାରତୀୟକରଣ କରିବା ଆବଶ୍ୟକ।”
ତାଙ୍କର ଅଧ୍ୟକ୍ଷୀୟ ଉଦ୍ବୋଧନରେ ପ୍ରଫେସର . ଆର. କେ. ତିୱାରି କହିଲେ, “ଆମେ ସମସ୍ତେ ଭାରତୀୟ କୌଣସି ନା କୌଣସି ଦକ୍ଷତାରେ ପ୍ରବୀଣ ଥିଲୁ। ସେହି ଦକ୍ଷତା ଆମକୁ ଆର୍ଥିକ, ସାମାଜିକ ଓ ବୌଦ୍ଧିକ ଭାବେ ଶ୍ରେଷ୍ଠ କରିଥାନ୍ତି। କିନ୍ତୁ ପଶ୍ଚିମୀକରଣ ଆମର ସେହି ଦକ୍ଷତାକୁ ନଷ୍ଟ କରିଦେଇଛି। ଉନ୍ନତି ଓ ଅର୍ଥନୀତିର ସମସ୍ତ ସକାରାତ୍ମକ ସିଦ୍ଧାନ୍ତ ଆମର ସନାତନୀ ପରମ୍ପରାରେ ଉପଲବ୍ଧ ଅଛି। ଆଜି ଆବଶ୍ୟକତା ରହିଛି ଯେ ଆମେ ସବୁଠି ଆମର ସନାତନୀ ପରମ୍ପରାକୁ ଅନୁସରଣ କରିବା। ଏଭଳି କରିଲେ ଆମେ ପୁନଃ ସାମାଜିକ, ଆର୍ଥିକ ଓ ବୌଦ୍ଧିକ ଭାବେ ବିଶ୍ବଗୁରୁ ହୋଇପାରିବୁ।”
ଭାରତୀୟ ଶିକ୍ଷଣ ମଣ୍ଡଳ “ବିକସିତ ଭାରତ” ବିଷୟରେ ଛାତ୍ରଛାତ୍ରୀମାନେ ଓ ଶୋଧାର୍ଥୀମାନଙ୍କର ଶୋଧ ପତ୍ର ଆମନ୍ତ୍ରଣ କରିଥିଲେ।ଯେଉଁଗୁଡ଼ିକର ଉପସ୍ଥାପନା ବି ଯୋଗ୍ୟ ବିଶେଷଜ୍ଞମାନଙ୍କ ସମ୍ମୁଖରେ ହୋଇଥିଲା। ତଥା ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ବି ହୋଇଥିଲା। କାର୍ଯ୍ୟକ୍ରମରେ ମଞ୍ଚ ସଞ୍ଚାଳନ ଡ଼. ଦୟାନିଧି ପାଠକ କରିଥିଲେ। କାର୍ଯ୍ୟକ୍ରମରେ ଭାରତୀୟ ଶିକ୍ଷଣ ମଣ୍ଡଳର ବିସ୍ତାରକ ଡ଼. ଉମେଶ କୁମାର, ପ୍ରୋ. ରାମ ନରେଶ ମହାଳିଙ୍ଗ, ଶ୍ରୀ ସାଗର ସିଂହ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଝାରଖଣ୍ଡରୁ ଡ଼. ଅମୃତ, ମୌଲାନା ମଝରୁଲ୍ ହକ ବିଶ୍ବବିଦ୍ୟାଳୟ ପଟନାରୁ ଡ଼. ରଣଜିତ କୁମାର, ଓଡ଼ିଶା କେନ୍ଦ୍ରିତ ବିଶ୍ବବିଦ୍ୟାଳୟରୁ ଡ଼. ମନୋଜ, ଡ଼. ଶ୍ରୀକାନ୍ତ, ଡ଼. ଜଗନ୍ନାଥ ପାଢି, ଯୁବ ଆୟାମର ଡ଼. ଜସବିନ୍ଦର, ରଙ୍କମଣି ବାରିକ, ପ୍ରାନ୍ତ ମନ୍ତ୍ରୀ ଭାରତୀୟ ଶିକ୍ଷଣ ମଣ୍ଡଳ, ଓଡିଶା ପଶ୍ଚିମ ପ୍ରାନ୍ତ ସହିତ ଭାରତୀୟ ଶିକ୍ଷଣ ମଣ୍ଡଳର କାର୍ଯ୍ୟକର୍ତ୍ତାମାନେ ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।