Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଢ଼ାଖୋଲର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା:ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ

ସମ୍ବଲପୁର: ରେଢାଖୋଲ ନିର୍ବାଚନ ମଣ୍ଡଳୀ ରେ ସ୍ବାସ୍ଥ୍ୟ ଅବସ୍ଥା ଅତି ଦୟନୀୟ ଅବସ୍ଥାରେ ରହିଛି I ସ୍ଥାନୀୟ ଅଧିବାସୀ ଙ୍କୁ ନାହିଁ ନ ଥିବା ଅସୁବିଧା ଭୋଗ କରିବାକୁ ପଡୁଛି I ଡାକ୍ତରଖାନା ରହିଛି ହେଲେ ପର୍ଯ୍ୟାପ୍ତ ପରିମାଣ ରେ ଡାକ୍ତର ,ସହାୟକ କର୍ମୀ ନାହାନ୍ତି I ଯଦ୍ୱାରା ଅନେକ ସମସ୍ୟା ଉତ୍ପନ ହେବାରେ ଲାଗିଛି I ଅଞ୍ଚଳର ରୋଗୀ ଙ୍କ ରୋଗ ନିରୀକ୍ଷଣ ପାଇଁ ଥିବା ବିଭିନ୍ନ ପ୍ରକାର ର ଯନ୍ତ୍ର ଅଚଳ ହୋଇ ରହିଛି I ସ୍ଥାନୀୟ ରୋଗୀ ରୋଗ ନିରୀକ୍ଷଣ କରିବା ପାଇଁ ସମ୍ବଲପୁର କୁ ଆସି ପରୀକ୍ଷା ନିରୀକ୍ଷା କରି ଅଯଥା ଖର୍ଚ୍ଚାନ୍ତ ମୁଣ୍ଡେଇ ଚାଲିଛନ୍ତି I ହସ୍ପିଟାଲ ଅବସ୍ଥା ସାଙ୍ଘାତିକ ଥିବାରୁ ନୂତନ କୋଠା ତିଆରି କରାଯାଇଛି ହେଲେ ଆଲୋକ ପାଇଁ ଲଗାଯାଇଥିବା ଲାଇନ ପୋଡ଼ି ଯାଇଛି I ତାର ମରାମତି ଆଜି ପର୍ଯ୍ୟନ୍ତ କରାଯାଉ ନାହିଁ I ନୂତନ ଯନ୍ତ୍ର ଗୁଡ଼ିକ ଆସିଛି ତାକୁ କାର୍ଯ୍ୟରେ ଲଗାଇବା ପାଇଁ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବ ଦେଖାଯାଉଛି । ଲୋକଙ୍କ ଟିକସ ପଇସାରେ ଖର୍ଚ୍ଚ କରାଯାଇ ଲୋକଙ୍କ ସେବାରେ ଲାଗିବ ପାଇଁ ଆସିଥିବା ଯନ୍ତ୍ର ଖତ ଖାଉଛି I ଦେଶ ରେ ସ୍ୱଚ୍ଛ ଭାରତ ଅଭିଯାନ ଚାଲିଛି I ସବୁ ସ୍ତରରେ ସ୍ୱଚ୍ଛ କୁ ପ୍ରାଧାନ୍ୟ ଦେଇ ଚାଲିଥିବା ବେଳେ ଏଠାରେ ତାହା ପରିଲକ୍ଷିତ ନ ହେବା ଦୁଃଖର ବିଷୟ I ଏ ସବୁ ସମସ୍ୟା ରେ ସୁଧାର ଆଣିବାପାଇଁ ବାରମ୍ବାର କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ ଲାଭ ହେଉନାହିଁ I ଏହି ମର୍ମ ରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହଲିଙ୍ଗ ଙ୍କୁ ବୁର୍ଲା ରେ ବିଜେପି ର ବରିଷ୍ଟ ନେତା ଗୋବିନ୍ଦ ଅଗ୍ରୱାଲ ସାକ୍ଷାତ୍ କରି ରେଢାଖୋଲ ଅଞ୍ଚଳର ଉପରୋକ୍ତ ନିମ୍ନମାନର ସ୍ବାସ୍ଥ୍ୟ ଅବସ୍ଥା କୁ ଗୁରୁତ୍ୱ ସହ ବିଚାର କରି ବିହୀତ ପଦକ୍ଷେପ ଗ୍ରହଣ କରିବାଏବଂ ଯଥାଶୀଘ୍ର ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories