Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଜ୍ଞା ପ୍ରବାହ ସମ୍ବଲପୁର ଦ୍ଵାରା ବୁର୍ଲାରେ ବୁଦ୍ଧିଜୀବୀ ସମାବେଶ

ସମ୍ବଲପୁର:ସ୍ଥାନୀୟ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଜ୍ୟୋତିବିହାର ରେ ପ୍ରଜ୍ଞା ପ୍ରବାହ, ସମ୍ବଲପୁର ଦ୍ଵାରା ଏକ ବୁଦ୍ଧିଜୀବୀ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରୋଫେସର ବିଧୁ ଭୂଷଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ସହ ସରକାର୍ଯ୍ୟବାହ ଡଃ କୃଷ୍ଣ ଗୋପାଳ ଜୀ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ । ଏଥିରେ ବୁର୍ଲା ତଥା ନିକଟବର୍ତୀ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ର ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଡଃ କୃଷ୍ଣ ଗୋପାଳ ନିଜ ଅଭିଭାଷଣ ରେ ବ୍ୟକ୍ତି ର କୃତିତ୍ତ୍ଵ ଓ ଭାରତୀୟ ଦୃଷ୍ଟିକୋଣ କୁ ନେଇ ଗବେଷଣା କରିବା ଇତିହାସ କୁ ପରଖିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ନିଜ ବକ୍ତବ୍ୟ ରେ ବିଭିନ୍ନ ଦେଶ ର ଉଦାହରଣ ଦେଇ ସେ ଦେଶର ବିଶେଷତା ଭିତ୍ତିକ ଗବେଷଣା ଓ ଇତିହାସ ବିଷୟରେ ଆଲୋକପାତ କରିଥିଲେ । ଭାରତ ଭାଷା ଓ ଭୂଷା ଦୃଷ୍ଟିରୁ ବିବିଧ ଥିଲେ ମଧ୍ୟ ସଂସ୍କୃତିକ ଦୃଷ୍ଟିରୁ ଏକ ବୋଲି ଅବିହିତ କରିଥିଲେ । ତେଣୁ ପାଶ୍ଚାତ୍ୟ ଦେଶ ଗୁଡିକର ରାଷ୍ଟ୍ର ଓ ରାଷ୍ଟ୍ରୀୟତା ର ସଜ୍ଞା ଭାରତୀୟ ରାଷ୍ଟ୍ର ଓ ରାଷ୍ଟ୍ରୀୟତା ପରିପେକ୍ଷୀ ରେ ପ୍ରଯୁଜ୍ୟ ନୁହେଁ । ଏତଦ ବ୍ୟତିତ ଭାରତୀୟ ପ୍ରାଚୀନ ସଂସ୍କୃତି, ଶିକ୍ଷା, ବିଜ୍ଞାନ, କଳା, ଭୂତତ୍ତ୍ଵ ବିଦ୍ୟା ତଥା ସ୍ଥାପତ୍ୟ ବିଦ୍ୟା କୁ ପାଶ୍ଚାତ୍ୟ ଗବେଷକ ଯେପରି ଭୁଲ ତଥ୍ୟ ଦେଇ ପ୍ରକାଶ କରି ଜନମାନସ କୁ ଭ୍ରାନ୍ତ ଦିଗରେ ନେଇ ଯାଉଛନ୍ତି, ସେ ଦିଗରେ ମଧ୍ୟ ଗବେଷଣା କରି ପ୍ରକୃତ ସତ୍ୟ ବିଶ୍ଵ ସାମନା ରେ ଉପସ୍ଥାପନ କରିବାକୁ ଆଗ୍ରହ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ