Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂଘମିତ୍ରା ପଟେଲ ଙ୍କୁ ସମ୍ବର୍ଦ୍ଧନା

ବରଗଡ଼:ଭୁବନେଶ୍ୱରରେ ରହୁଥିବା ବରଗଡ ଜିଲ୍ଲାର ବାସିନ୍ଦା ମାନଙ୍କ ଦ୍ବାରା ଗଠିତ Bargadias@Bhubaneswar ସଂଗଠନ ଦ୍ବାରା ଆଜି ଭୁବନେଶ୍ୱର କେଦାରଗୌରୀ ରିସର୍ଟ ଠାରେ ଆୟୋଜିତ ହୋଇଥିବା ନୂଆଁଖାଇ ଭେଟଘାଟ ଅବସରରେ ବିଶିଷ୍ଟ ସମାଜସେବୀ ସଂଘମିତ୍ରା ପଟେଲ ଙ୍କୁ ସମାଜସେବା କ୍ଷେତ୍ର ରେ ତାଙ୍କର ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇ ଥିଲା। ଏହି ସମ୍ବର୍ଦ୍ଧନା ର ବିଶେଷତ୍ୱ ଏକ ଭିନ୍ନ ପ୍ରକାରର ଥିଲା। ଶ୍ରୀମତୀ ସଂଘମିତ୍ରା ଙ୍କୁ ଭୁବନେଶ୍ୱର ରେ ରହୁଥିବା ବରଗଡର ବରିଷ୍ଠ ନାଗରିକ, ଜାତୀୟସ୍ତରରେ ସାମ୍ବାଦିକତା କରୁଥିବା ସାମ୍ବାଦିକ, ବିଭିନ୍ନ କ୍ଷେତ୍ର ରେ କାର୍ଯ୍ୟ କରୁଥିବା ମହିଳା ମାନେ ସଂଘମିତ୍ରା ଙ୍କୁ ସମ୍ବର୍ଦ୍ଧନା ସହିତ ଆଶୀର୍ବାଦ ପ୍ରଦାନ କରିଥିଲେ। ସେମାନଙ୍କର ମତ ଯେ ବରଗଡରେ ଜଣେ ଏପରି ମହିଳାଙ୍କୁ ପ୍ରଥମଥର ପାଇସମ୍ବର୍ଦ୍ଧନା ଦେଇ ଅନୁଷ୍ଠାନ ଗର୍ବିତ ଅନୁଭବ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ