Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ତେଲ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢ଼ୀ ଜଣେ ସ୍ଥାନୀୟ ଠିକାଦାରଙ୍କ ପାଖରୁ ୪୬ ହଜାର ଟଙ୍କା ନେଉଥିବା ବେଳେ ତାଙ୍କ କାର୍ଯ୍ୟାଳୟ ଚେମ୍ବରରେ ମାଡି ବସିଲା ଭିଜିଲାନ୍ସ ଟିମ। ସୂଚନା ଯୋଗ୍ୟ ଯେ ସମ୍ପୃକ୍ତ ଠିକାଦାର ଙ୍କୁ ବିଲ୍ ପାଇଁ ବାରମ୍ବାର ହଇରାଣ କରୁଥିଲେ ଶ୍ରୀ ପାଢ଼ୀ ଫଳରେ ସେ ବାଧ୍ୟ ହୋଇ ସମ୍ବଲପୁର ଭିଜିଲାନ୍ସ ର ସହାୟତା ନେଇଥିଲେ। ଏବଂ ଯୋଜନା ମୁତାବକ ସମ୍ପୃକ୍ତ ଠିକାଦାର ଆଜି ତାଙ୍କ ଅଫିସ୍ ଚ୍ୟାମ୍ବର୍ ଭିତରେ ଶ୍ରୀ ପାଢ଼ୀ ଙ୍କୁ ଟଙ୍କା ଦେଇ ସାରି ବାହାରିବା ପରେ ମାଡି ବସିଥିଲା ଭିଜିଲାନ୍ସ ଟିମ୍। ଏ ନେଇ ସମ୍ବଲପୁର ଭିଜିଲାନ୍ସ ପିଏସ କେସ ନଂ 25 Dt-06/10/24 U/s 7 P.C (Amendment)Act.2018 ଆଧାରରେ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚାଲିଛି। ଶ୍ରୀ ପାଢ଼ୀ ଙ୍କ ସୋନପୁର ଅଫିସ କାର୍ଯ୍ୟାଳୟ, ବାସଭବନ ସମେତ ପୈତୃକ ବାସ ଭବନ, ଭୁବନେଶ୍ୱର ଓ ପୁରୀ ସ୍ଥିତ ବାସଭବନ ସମେତ ମୋଟ ୬ ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଥିବା ନେଇ ଭିଜିଲାନ୍ସ ବିଭାଗରୁ ସୂଚନା ମିଳିଛି। ସେ ବହୁତ ପ୍ରଭାବ ଶାଳୀ ଯନ୍ତ୍ରୀ ଥିବା ସହରରେ ଚର୍ଚ୍ଚା ହେଉଥିବା ବେଳେ ଦୀର୍ଘ ବର୍ଷ ଧରି କିଛି ପ୍ରଭାବ ଶାଳୀ ନେତ୍ରୁ ସ୍ଥାନୀୟ ଲୋକଙ୍କ ଅଦୃଶ୍ୟ ଶକ୍ତି ଓ ଛତ୍ର ଛାୟା ତଳେ ଥିବାରୁ ସମସ୍ତ ବର୍ଗର ଲୋକଙ୍କୁ ସେ ଆଦୌ ଖାତିର କରୁ ନ ଥିବା ସବୁଠି ସବୁବେଳେ ଚର୍ଚ୍ଚା ହୁଏ। ଏବଂ ମୋ ବିଭାଗ ରେ ଦୁର୍ନୀତିର କେବେ ପ୍ରଶ୍ନ ଉଠେନି ବୋଲି ସବୁବେଳେ ଚ୍ୟାଲେଞ୍ଜ କରି କହନ୍ତି ଶ୍ରୀ ପାଢ଼ୀ। ତାଙ୍କର କୁଆଡେ ଫାର୍ମ ହାଉସ ମଧ୍ୟ ଥିବା ଅସମର୍ଥିତ ସୂତ୍ରରୁ ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ